ରାଜ୍ୟରେ ପୁଣି ୧୪୧ ନୂଆ କରୋନା ପଜିଟିଭ , ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ , ମୃତ୍ୟୁ ସଂଖ୍ୟା ୭ ଜଣ

ଭୁବନେଶ୍ୱର,୨/୬: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ଆଉ ୧୪୧ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୨୪୫ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୧୮ ଜିଲ୍ଲାରୁ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୭, ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୨୬, ବାଲେଶ୍ୱରରୁ ୨ , କେନ୍ଦ୍ରାପଡ଼ାରୁ ୧୩, କଟକରୁ ୬, ପୁରୀରୁ ୫, ବଲାଙ୍ଗୀରରୁ ୭, ଜଗତସିଂହପୁରରୁ ୪, ନୟାଗଡ଼ରୁ ୧. ସୁନ୍ଦରଗଡ଼ରୁ ୮, ନୂଆପଡ଼ାରୁ ୧, ଗଜପତିରୁ ୪, କେନ୍ଦୁଝରରୁ ୪ , ମୟୁରଭଞ୍ଜରୁ ୧, ଅନୁଗୁଳରୁ୧,ଢେଙ୍କାନାଳରୁ ୨, ସମ୍ବଲପୁରରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।