ଭୁବନେଶ୍ୱର, ୧୦/୦୭ : ରାଜସ୍ଥାନ ସିକର ଜିଲ୍ଲାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଚିଠି ପରେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍ ରଥଯାତ୍ରା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜସ୍ଥାନ ସିକର ଜିଲ୍ଲାରେ ରଥଯାତ୍ରାର ଆୟୋଜନ କରାଯାଇଥିଲା । ଏ ନେଇ ପୁରୀ ଗଜପତି ଅବଗତ ହେବା ପରେ ଗତକାଲି ସିକର୍ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅଦିନିଆ ରଥଯାତ୍ରା ନ କରିବାକୁ ଅନୁରୋଧ କରିଥିଲେ । ଗଜପତିଙ୍କ ଅନୁରୋଧ କ୍ରମେ ସିକର୍ ଜିଲ୍ଲା ପ୍ରଶାସନ ରଥଯାତ୍ରାକୁ ସ୍ଥଗିତ ରଖିଛି ।