ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଓଡ଼ିଆ ଝିଅ ପଦ୍ମିନୀ

ଭୁବନେଶ୍ୱର: ଓଡ଼ିଶାର ଇଣ୍ଟନ୍ୟାସନାଲ ମାଷ୍ଟର (ଆଇଏମ୍‌) ପଦ୍ମିନୀ ରାଉତ ସୋଚିରେ ଚାଲିଥିବା ମହିଳା ଚେସ୍‌ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମ ଦିବସରେ ସୋମବାର ଦିନ ଆଜରବାଇଜାନର ମହିଳା ଗ୍ରାଣ୍ଡମାଷ୍ଟର ଫତାଲିଏଭା ଉଲଭିଆଙ୍କୁ ସେ ହରାଇଥିଲେ ।

ସୂଚନାନୁଯାୟୀ , ମଙ୍ଗଳବାର ପୁଣି ଦ୍ୱିତୀୟ ମୁକାବିଲାରେ ତାଙ୍କୁ ପରାଜିତ କରି ପଦ୍ମିନୀ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଦ୍ୱିତୀୟ ରାଉଣ୍ଡରେ ସେ ଇରାନର ଆଇଏମ୍‌ ସରାସଦତ ଖାଡେମାଲସାରହିଙ୍କୁ ଭେଟିବେ । ସେହିପରି ଭାରତର ଆର. ବୈଶାଳୀ, ହାରିକା ଡ୍ରୋନାଭାଲି ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।