ଭାରତୀୟ ସୀମାକୁ ଟାର୍ଗେଟ କରି ପାକିସ୍ତାନର ପୁଣି ଗୁଳିବର୍ଷା

ନୂଆଦିଲ୍ଲୀ, ୨୮/୦୪ : ପୁଣି ଥରେ ପାକିସ୍ତାନ ସୀମାରେ ଗୁଳିବର୍ଷା ଆରମ୍ଭ କରିଛି । ପାକିସ୍ତାନ ପଟୁ ଲଗାତାର ୫ଦିନ ହେବ ଛୋଟ ବଡ଼ ଗୁଳିମାଡ଼ କରୁଛି । ଡରୁଛି ପାକିସ୍ତାନ , ଛାନିଆ ସେନା କିଛି ତ କରିପାରିବେନି ଖାଲି ଗୁଳିମାଡ଼ କରି ମନ ବୁଝାଉଛି । ପାକ୍‌ ସେନା ଜାଣିଛି , ଆଜି ନ ହେଲେ କାଲି ଭାରତ ତା ଉପରେ ଆକ୍ସନ ନେବ । ସେଥିପାଇଁ ଛାନିଆ ପାକ୍‌ ସେନା । ବଙ୍କରରେ ରହୁଛନ୍ତି ପାକ୍‌ ସେନା ।