ଆଜିଠୁ ମହଙ୍ଗା ହେବ ଛେନା-ପନିର, ଖାଉଟିଙ୍କ ଉପରେ ବଢ଼ିଲା ଦରର ବୋଝ

ଭୁବନେଶ୍ୱର, ୨୦/୦୮ : ଆଜିଠୁ ମହଙ୍ଗା ହେବ ଛେନା ଓ ପନିର । କ୍ଷୀର ଦର ବୃଦ୍ଧି ପରେ ଏବେ ଏହାର ପ୍ରଭାବ ପଡ଼ିଛି ଛେନା ଓ ପନିର ଦର ଉପରେ । ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଛେନା ଓ ପନିର ଦର ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । କ୍ଷୀରର ମୂଲ୍ୟ ବଢ଼ିବା ପରେ ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତିର ଖର୍ଚ୍ଚ ମଧ୍ୟ ବଢ଼ିଛି । ଫଳରେ ବ୍ୟବସାୟୀମାନେ ଛେନା ଓ ପନିରର ଦର ବୃଦ୍ଧି କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି । ଆଜିଠାରୁ ନୂଆ ଦର ଲାଗୁ ହେବା ପରେ ବଜାରରେ ଛେନା ଓ ପନିର କିଣିବା ପାଇଁ ଖାଉଟିଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ।