ହକି ମଇଦାନରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୫-୩ରେ ଦମଦାର ବିଜୟ

ନୂଆଦିଲ୍ଲୀ, ୨୦/୦୮ : କ୍ରୀଡ଼ା ମଇଦାନରେ ପୁଣି ପାକିସ୍ତାନକୁ ଧୂଳି ଚଟାଇଛି ଭାରତ । ଏଫଆଇଏଚ୍ ହକି ବିଶ୍ବକପରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୩-୫ ଗୋଲରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପକ୍ଷରେ ପରାଜୟ ସହ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ମ୍ୟାଚର ପ୍ରଥମାର୍ଦ୍ଧ ଭାରତ ନାଁରେ ରହିଥିଲା । ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ପ୍ରଥମ କ୍ବାର୍ଟରରେ ଭାରତ ଦୁଇଟି ଗୋଲ୍‌ ଦେଇ ଭଲ ଲିଡ୍ ନେଇଥିଲା । ପଞ୍ଚମ ମିନିଟରେ ହରମନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ । ଏକାଦଶ ମିନିଟରେ ଅଭିଷେକ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ ।