ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’ ଗୀତକୁ ନେଇ ଏହି ବିବାଦ ଦେଖାଦେଇଛି । ‘ ଆହେ ନୀଳ ଶୈଳ’ ଗୀତକୁ ସୋନା ମହାପାତ୍ର କଦର୍ଥ କରିଥିବା ଅଭିଯୋଗ ହୋଇଛି । ସାଲବେଗଙ୍କ ରଚିତ ଏହି ଭଜନ କୋଟି କୋଟି ଓଡିଆଙ୍କ ଭାବାବେଗ ସହିତ ଜଡିତ । ଏପରିକି ସୋନା ଏହି ଗୀତରେ ଅନେକ ଶବ୍ଦକୁ ମଧ୍ୟ ବିକୃତ କରିଥିବା ସାମ୍ନାକୁ ଆସିଛି । ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି ।
ପୂର୍ବରୁ ମଧ୍ୟ ବହୁଚର୍ଚ୍ଚିତ ସମ୍ବଲପୁରୀ ଗୀତ ‘ରଙ୍ଗବତୀ..’କୁ ଆଧୁନିକ ଶୈଳୀରେ ପରିବେଷଣ କରି ସୋନା ବିବାଦ ଘେରକୁ ଆସିଥିଲେ। ‘ରଙ୍ଗବତୀ..’ର ସ୍ୱର ଓ ଭାଷାକୁ ସେ ବିକୃତ ଢ଼ଙ୍ଗରେ ଉପସ୍ଥାପନ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା।
Prev Post
Next Post