ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଙ୍ଗଳବାର ହାଇକୋର୍ଟ ପ୍ରଭାତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ଏହି ଜାମିନ ତାଙ୍କୁ ମଞ୍ଜୁର ହୋଇଛି। ସର୍ତ ଆଧାରରେ ସେ ମୁକୁଳିବେ । ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ପ୍ରଭାତ ବିଶ୍ୱାଳ । ୨୫ ଲକ୍ଷ ଟଙ୍କାର ଜମା ରାଶି ସହ ୫ ଲକ୍ଷ ଟଙ୍କା ୨ ଜଣ ଜାମିନ ଦାରରେ ମୁକୁଳିବେ ପ୍ରଭାତ । ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବେ ନାହିଁ ।
ତଦନ୍ତ ସାହାର୍ଯ୍ୟରେ କରିବାକୁ ହାଇକୋର୍ଟ ସର୍ତ କରିଛନ୍ତି । ଗତ ଏପ୍ରିଲ ୨୫ରୁ ୨ ମାସ ପାଇଁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଚିଟଫଣ୍ଡ ମାଲିକଙ୍କ ସହ ଜମି କାରବାର ମାମଲାରେ ଗିରଫ ହେବା ପରେ ସ୍ୱାସ୍ଥ୍ୟବସ୍ଥା କାରଣରୁ ସେ ଏସସିବିରେ ଚିକିତ୍ସିତ ଅଛନ୍ତି ।ଜାମିନ ପାଇବା ପରେ ମୁହଁ ଖୋଲିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ବିପଦ ସମୟରେ ସମର୍ଥନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ।