ସମଗ୍ର ଦେଶରେ ଲାଗିପାରେ ୨୧ ଦିନିଆ କଟକଣା, ସେନା ଆଲର୍ଟ

ନୂଆଦିଲ୍ଲୀ,୩/୫: କରୋନା ସଂକ୍ରମଣ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ପୂରା କରିଛନ୍ତି। କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ସମଗ୍ର ଦେଶରେ ୨୧ ଦିନ ପାଇଁ କଟକଣା ଲଗାଯାଇପାରେ। ଏଥର ସେନା ଓ ଅର୍ଦ୍ଧସୈନିକ ବଳଙ୍କୁ ଆଲର୍ଟ କରାଯାଇଛି। ସମ୍ଭବତଃ ଦେଶରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ କିମ୍ବା କର୍ଫ୍ୟୁ ଲଗାଯାଇପାରେ। ଏହି ସମୟରେ ସେନା ଓ ଅର୍ଦ୍ଧସାମରିକ ବଳ ମୋର୍ଚ୍ଚା ସମ୍ଭାଳିବେ।

ଦେଶରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ହାହାକାର ପରିସ୍ଥିତି ସୃଷ୍ଟି କରିଛି। ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଦେଶରେ ଲକ୍‌ଡାଉନ୍‌ କିମ୍ବା କର୍ଫ୍ୟୁ ଲାଗୁ କରାଯାଇପାରେ। ଅନ୍ୟପଟେ କେଉଁ ରାଜ୍ୟରେ କଡା କଟକଣା ଲାଗୁ ହୋଇଥିବା ବେଳେ ଆଉଁ କେଉଁଠି ଆଂଶିକ କଟକଣା ଲାଗୁ ହୋଇଛି। କିଛି ରାଜ୍ୟରେ କଣ୍ଟେନମେଣ୍ଟକୁ ନେଇ ସ୍ପଷ୍ଟ ନୀତି ନାହିଁ।

ଶଯ୍ୟା, ଅକ୍ସିଜେନ୍ ଯୋଗାଣ ଓ ଔଷଧ ଅଭାବ ଦ୍ଵିତୀୟ ଲହରର ମୁକାବିଲାରେ ସବୁଠୁ ବଡ ବାଧା ସାଜିଛି। ଏହି କାରଣରୁ କରୋନା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଏମିତି ସ୍ଥିତିରେ କେନ୍ଦ୍ର ସରକାର ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତି କରି ନେଇଛନ୍ତି।

Comments are closed.