ଭୁବନେଶ୍ୱର, ୦୩/୦୮ : ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ପୁଲିସ ଠୁ ପ୍ରସାଶନ ସୁରକ୍ଷା ବ୍ୟବସ୍ଥା ସହ ଗସ୍ତକୁ ନେଇ ଟିକିନିଖି ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ଏୟାରପୋର୍ଟଠୁ ରେଳ ଷ୍ଟେସନ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜିଠୁ ୫ ତାରିଖ ଯାଏଁ ୩ ଦିନିଆ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଟ୍ବିନ୍ ସିଟି ଭୁବନେଶ୍ୱର ଓ କଟକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିବେ ପ୍ରାୟ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ । ଆଜି ମଧ୍ୟାହ୍ନ ୨ଟା ୨୦ ମିନିଟ୍ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଂଚିବେ। ସେଠାରୁ କଟକ ମୁଣ୍ଡଳୀରେ ଥିବା ଜଗଦଗୁରୁ କ୍ରୁପାଳୁ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକ ଭବନକୁ ଫେରିବେ । ଆଜି ଲୋକଭବନରେ ରାତି କାଟିବା ପରେ ଆସନ୍ତାକାଲି ବ୍ରହ୍ମୁପର ଗସ୍ତରେ ବାହାରିବେ ।
ଆସନ୍ତାକାଲି ସକାଳ ୯ଟାରେ ଭୁବନେଶ୍ବର ରେଳ ଷ୍ଟେସନରୁ ବ୍ରହ୍ମୁପୁର ଅଭିମୁଖେ ବାହାରିବେ ମହାମହିମ । ପ୍ରାୟ ଦୁଇ ଘଣ୍ଟା ୧୦ ମିନିଟର ଯାତ୍ରା ପରେ ବ୍ରହ୍ମୁପର ରେଳ ଷ୍ଟେସନରେ ପହଂଚିବେ । ସେଠାରୁ ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତରେ ଥିବା ତପ୍ତପାଣି ଉଷ୍ମ ପ୍ରସବଣରେ ଥିବା ମା କନ୍ଧୁଣି ଦେବୀଙ୍କ ପିଠକୁ ଯିବେ । ମା’ଙ୍କୁ ଦର୍ଶନ କରିବା ସହ ଲୋକଙ୍କ ସହ ସମୟ ବିତାଇବେ । ତପ୍ତପାଣିରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ଆର୍ମି ଏଡି କଲେଜ ଯାଇ ଡିନର କରିବେ ଏବଂ ରାତ୍ରୀଯାପନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇ ତପ୍ତପାଣି ପୀଠ ସହିତ, ଆର୍ମି ଏଡି କଲେଜ ଫେରିବା ରାସ୍ତାକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ଯାନବାହାନ ଚଳାଚଳ ନେଇ କଟକଣା ଜାରି ହୋଇଛି । ବୁଧବାର ସକାଳ ୧୦ଟା ୨୦ ମିନିଟରେ ବ୍ରହ୍ମପୁର ରେଳ ଷ୍ଟେସନରୁ ପୁଣି ଟ୍ରେନ ଯୋଗେ ଭୁବନେଶ୍ବର ରେଳ ଷ୍ଟେସନ ଫେରିବେ । ଭୁବନେଶ୍ବର ରେଳ ଷ୍ଟେସନରୁ ସିଧା ବିମାନବନ୍ଦର ଯିବେ । ମଧ୍ୟାହ୍ନ ୧ ଟା ୦୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଦିଲ୍ଲୀ ଅଭିମୁଖେ ଯିବେ ରାଷ୍ଟ୍ରପତି ।
