ଓଡିଶା ଛୁଇଁଛି ମୌସୁମୀ ।ଲଘୁଚାପର ରୂପ ନେଉଛି ଘୂର୍ଣ୍ଣିବଳୟ ।ସେପଟେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାକୁ ଯାଉଛି। ଏହାର ପ୍ରଭାବରେ ୯ରୁ ୧୧ ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ଆଜି ରାତିଠୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
ନିର୍ଦ୍ଧାରିତ ତାରିଖର ୨ ଦିନ ଆଗରୁ ଓଡ଼ିଶା ଛୁଇଁଛି ମୌସୁମୀ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଦକ୍ଷିଣ ଓଡ଼ିଶା ଛୁଇଁବ ଓ ଆଉ ୪୮ ଘଣ୍ଟାରେ ମୌସୁମୀ ସଂପୂର୍ଣ୍ଣ ଓଡ଼ିଶା ଛୁଇଁବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Prev Post
Next Post