ଦୈନଦିନ ଜୀବନରେ ଲେମ୍ବୁ ପତ୍ର ର ଉପକାରିତା

0

ଦିନକୁ ଦିନ ଜୀବନରେ ବଢୁଥିବା ସମସ୍ୟା ଉପରେ ନଜର ପକାଇଲେ ଆମେ ଅନୁଭବ କରିପାରିବା ଯେ ଉତ୍ତମ ନିଦ୍ରା ଓ ଭୋକ ପାଇଁ ଅନ୍ୟ ସବୁ ଔଷଧ ଅପେକ୍ଷା ଏହି ଲେମ୍ବୁ ପତ୍ର ଉପାୟଟି ଅଧିକ ଫଳପ୍ରଦ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ । ମାତ୍ର ଗୋଟାଏ ରାତିରେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ବୋଲି ଭାବିବେ ନାହିଁ। ଅତି କମରେ ମାସଟାଏ ସମୟ ଲାଗିବ ।
ଏହା ବ୍ୟତୀତ ମୁଣ୍ଡବିନ୍ଧା, ଶ୍ୱାସ, କାସ ଆଦି ଅନେକ ସମସ୍ୟାର ସମାଧାନ ଏହି ପତ୍ରରେ ରହିଛି । ବିଶେଷ କରି ଶ୍ୱାସ ରୋଗୀମାନେ ଲେମ୍ବୁ ପତ୍ରକୁ ଗରମ ପାଣିରେ ପକାଇ ସେହି ପାଣିକୁ ଦୁଇ ସପ୍ତାହ ପିଇବା ପରେ ତାହାର ଫଳାଫଳ ନିଜେ ଅନୁଭବ କରିପାରିବେ ।
ଆପଣ ହୁଏତ ଲେମ୍ବୁପତ୍ର ବିଷୟରେ କେବେ ଅନୁଧ୍ୟାନ କରିନଥିବେ । ମାତ୍ର ଏହି ପତ୍ରର ଅନେକ ଉପକାରୀ ଗୁଣ ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହୋଇଯିବେ । ଏହାକୁ ଆପଣ ଉତ୍ତମ ହଜମ ପ୍ରକ୍ରିୟା ଓ ପେଟ ସଫା ପାଇଁ ବ୍ୟବହାର କରିପାରନ୍ତି ।

Leave A Reply

Your email address will not be published.