କେନ୍ଦ୍ରାପଡା,୮ /୬: ଆଜି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ବାତ୍ୟା ” ୟାଶ ” ଦ୍ୱାରା ପ୍ରଭାବିତ ପରିବା ଚାଷୀ ସହିତ ଆଲୋଚନା କଲେ ୩ ଜଣିଆ କେନ୍ଦ୍ରୀୟ ଟିମ l କେନ୍ଦ୍ରୀୟ ତଦନ୍ତ କାରି ଟିମରେ ଡାକ୍ତର ବୀରେନ୍ଦ୍ର ସିଂହ ପାଟଣା, ସୁରଜ କୁମାର ପ୍ରଧାନ ଓ ଶାଶ୍ୱତ ମହାପାତ୍ରଙ୍କ ସହିତ ସ୍ଥାନୀୟ ପ୍ରଶାସନ ପହଂଚିଥିଲେ l କେନ୍ଦ୍ରୀୟ ଟିମ ସହିତ ସ୍ଥାନୀୟ ବିଡ଼ିଓ, ତହସିଲଦାର ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ବି ଉପସ୍ଥିତ ଥିଲେ l ବାତ୍ୟା ଥମିବାର ସପ୍ତାହେ ରୁ ଅଧିକ ଦିନ ହୋଇଥିଲେବି ତଦନ୍ତ କାରି ଦଳ ପୂର୍ବାହ୍ନ ରେ ରାଜକନିକା ରେ ପହଂଚି କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ l ସ୍ଥାନୀୟ ପ୍ରଶାସନ ଠାରୁ ପ୍ରଦତ୍ତ କ୍ଷୟ କ୍ଷତି ର ଭିଡ଼ିଓ ପରଖିଥିଲେ l କ୍ଷତି ଗ୍ରସ୍ତ ଚାଷୀମାନଙ୍କ ସହିତ ସର୍ବଶେଷରେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ l ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଉପଲବ୍ଧି କରିଥିବା କ୍ଷତି ବିଷୟରେ ମୁଖ୍ୟ ଶାସନ ସଚିବ ଙ୍କ ସହିତ ସଂଧ୍ୟାରେ ଆଲୋଚନା କରିବେ ବୋଲି କହିଥିଲେ l ବ୍ଲକର ଭାରିଗଦା ବାରୁଣୀଡ଼ିହ ଦୁଇଟି ପଂଚାୟତର ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲାର ଅନ୍ୟ ଏକ ଉପକୂଳ ବ୍ଲକ ରାଜନଗର ପରିଦର୍ଶନ ସାରି ଆକାଶ ମାର୍ଗରେ ରାଜଧାନୀ ଭୁବନେଶ୍ୱରେ ଫେରି ଯାଇଛନ୍ତି l