ଯୌତୁକ ଦାବିକରି ନବବଧୂକୁ ହତ୍ୟା

କେନ୍ଦ୍ରାପଡା,୮ /୬ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଏଣ୍ଡର ପଂଚାୟତ ଗଉଡ଼ୁଣୀ ପୋଖରୀ ଗ୍ରାମର ରାଜେନ୍ଦ୍ର ମଳିକ ମାହାଙ୍ଗା ଅଂଚଳ ଭରତ ପଡ଼ା ଗ୍ରାମର ପଞ୍ଚାନନ ମଳିକଙ୍କ ଝିଅ ସୁଜାତାଙ୍କୁ ୨୦୨୦ ମସିହାରେ ବିବାହ କରିଥିଲେ l ବିବାହ ସମୟରେ କନ୍ୟା ପକ୍ଷରୁ ବିଭିନ୍ନ ଆଳି ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଯୌତୁକ ବାବଦ ପ୍ରଦାନ କରାଯାଇଥିଲା l ମାତ୍ର ବିବାହ ପରଠୁ ସୁଜାତାଙ୍କ ଶାଶୂଘର ଲୋକେ ଅଧିକ ଯୌତୁକ ଦାବିକରି ଆସୁଥିଲେ l କିନ୍ତୁ ଝିଅର ମୃତ୍ୟୁକୁ ବରଦାସ୍ତ କରି ପାରୁନାହାନ୍ତି ସୁଜାତାଙ୍କ ବାପଘର ଲୋକେ l ନବବିବାହିତା କନ୍ୟାର ଅକାଳ ମୃତ୍ୟୁକୁ ଯୌତୁକ ଜନିତ ହତ୍ୟା ବୋଲି ପଞ୍ଚାନନ ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି l କିନ୍ତୁ ଡେରାବିଶ ପୋଲିସ ଅଭିଯୋଗକୁ ଭିତ୍ତିକରି ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତକଙ୍କ ଶାଶୁ କନକ ଲତା ଓ ଶ୍ୱଶୁର ହୃଷିକେଶକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l ସେପଟେ ପରିବାରର ଅନ୍ୟ ଅଭିଯୁକ୍ତମlନେ ଫେରାର ଥିବାର ଜଣାପଡିଛି l ବାପ ଘର ଛାଡି ଶାଶୁ ଘର ଆସି ନବବିବାହିତ ପତିଙ୍କୁ ନେଇ ଆଗାମୀ ଦିନର ହସଖୁସି ସଂସାର ସ୍ବପ୍ନ ଦେଖୁଥିବା ଝିଅର ଅକାଳ ମୃତ୍ୟୁକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି l