ନୂଆଦିଲ୍ଲୀ, ୭/୧୧: କରୋନାରୁ ସୁସ୍ଥ ହୋଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହାସହ ସେ ଆସନ୍ତା ସପ୍ତାହରେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଇଛନ୍ତି ଶକ୍ତିକାନ୍ତ ଦାସ।
ଏନେଇ ଟ୍ବିଟ୍ କରି ଗଭର୍ଣ୍ଣର ଲେଖିଛନ୍ତି, ‘ମୁଁ କୋଭିଡ-୧୯ ନେଗେଟିଭ୍ ଚିହ୍ନଟ ହୋଇଛି। ଆସନ୍ତା ମାସରେ କାର୍ଯ୍ୟକୁ ଫେରିବି। ଆଶୁ ଆରୋଗ୍ୟ କାମନା କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।’