ଭରୁଚ, ୭/୧୧ : ଗୁଜରାଟ ଭରୁଚ ଅଞ୍ଚଳରେ ଶନିବାର ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଅପରାହ୍ନ ୩ଟା ୩୯ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୨। ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକେ ଘରୁ ବାହାରି ଯାଇଥିଲେ। ତେବେ ଭୂକମ୍ପରେ କୌଣସି ଜନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଭାରୁଚ ଠାରୁ ୩୬ କିଲୋମିଟର ଦୂରରେ ଥିବା ନେତ୍ରାଙ୍ଗ ମୋଟା ମାଲ ଭୂକମ୍ପ କେନ୍ଦ୍ର ବୋଲି କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ଶନିବାର ଦିନ ଭରୁଚ ଛଡା ସୁରଟ, ନର୍ମଦା, ଅଙ୍କଲେଶ୍ଵର ଖେଡା ଆଦି ସହରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହା ପୂର୍ବରୁ ଗୁଜରାଟ କଚ୍ଛରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଅକ୍ଟୋବର ୨୫ ତାରିଖରେ କଚ୍ଛରେ ୩.୬ ତୀବ୍ରତାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।
ଗତ କିଛି ଦିନ ହେଲା ଭାରତର ବିଭିନ୍ନ ସହରରେ ବାରମ୍ବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆଣ୍ଡାମାନ-ନିକୋବରରେ ମଧ୍ୟ ଭୂମିକମ୍ପ ହୋଇଥିଲା। ଗତ ସପ୍ତାହରେ ମହାରାଷ୍ଟ୍ରରେ ଅନେକଥର ଭୂକମ୍ପ ହୋଇଛି। ତାଛଡା ଅରୁଣାଚଳ ପ୍ରଦେଶ, ନିକୋବର ଦ୍ବୀପ ସମୂହରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଣ୍ଡାମାନ ନିକୋବର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ମ୍ୟାଗ୍ନିଚ୍ୟୁଡ୍ ଥିଲା। ଭୂକମ୍ପ କେନ୍ଦ୍ର ଦିଗଲପୁରରୁ ୨୦ କିମି ଦକ୍ଷିଣ-ପୂର୍ବରେ ଅବସ୍ଥିତ ଥିଲା।