କେନ୍ଦୁଝର, ୨୭/୧୦ : କେନ୍ଦୁଝର ଜିଲ୍ଲା ନରଣପୁର- ଡୁବୁରି ରାସ୍ତାର ରାମଚନ୍ଦ୍ରପୁରରେ ରାସ୍ତା ଉପରେ ଏକ କାର ଜଳିଯାଇଛି । ଚଳନ୍ତା ଅବସ୍ଥାରେ କାରରେ ନିଆଁ ଲାଗି ଯାଇଥିଲା । ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କାରରେ ଥିବା ୩ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ। ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାତ୍ରୀମାନେ ସାମ୍ୟକ ମାତ୍ରାରେ ଆହାତ ହୋଇଛନ୍ତି।