ନୂଆଦିଲ୍ଲୀ, ୨୯/୦୮ : ଅପରେସନ ସିନ୍ଦୂର ପରେ ଭାରତ-ଆମେରିକା ସମ୍ପର୍କରେ କିଛିଟା ତିକ୍ତତା ଦେଖାଦେଇଥିଲେ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶର ସହଯୋଗ ଜାରି ରହିଛି । ଏହି କ୍ରମରେ ଆମେରିକାଠାରୁ ପ୍ରାୟ ୧୦୦ଟି ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ କିଣିବାକୁ ଭାରତ ପଦକ୍ଷେପ ନେଇଛି । ପ୍ରାୟ ୪୫.୭ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୩୦୦ କୋଟି ଟଙ୍କାର ଏହି ଚୁକ୍ତିକୁ ରଣନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।