କଟକରେ ଆଉ ୨ ଦିନ ବଢ଼ିଲା ସଟଡାଉନ

କଟକ : କଟକ ସହରାଞ୍ଚଳରେ ସଟଡାଉନ ଅବଧିକୁ ୨ ଦିନ ବୃଦ୍ଧି କରାଯାଇଛି। ଆସନ୍ତା ଜୁଲାଇ ୧୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ କଟକଣା ବଳବତ୍ତର ରହିବ ବୋଲି କଟକ ମୁନିସିପାଲ କର୍ପୋରେସନ, ସିଏମସି ପକ୍ଷରୁ ସୂଚନା ମିଳିଛି। କଟକ ସହରରେ ଥିବା ଏସସିବି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଭବନରୁ କରୋନା ସଂକ୍ରମିତ ଚିହ୍ନଟ ହେବା ଓ ମୁନିସିପାଲ ଅଂଚଳର ଏକାଧିକ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ସ୍ଥିତି ଅନୁଧ୍ୟାନ କରାଯାଇ ସଟ ଡାଉନ ଅବଧିକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଗତ ୪ରେ ଜୁଲାଇ ୮ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟ ଡାଉନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।