ଭୁବନେଶ୍ୱର, ୨୮/୦୯ : ମଞ୍ଚ ଉପରେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ପ୍ରଚଣ୍ଡ ଗର୍ଜନ । ଆନ୍ଦୋଳନ ଆହ୍ୱାନରେ ମଞ୍ଚରେ ଆଞ୍ଚ ଲଗାଇଲେ ସୁଜାତା… ବିଜେଡିରେ ଯୋଗଦେବା ପରେ ପ୍ରଥମ ଥର ରାଜରାସ୍ତାକୁ ଓହ୍ଲାଇ ବିଜେପି ସରକାର ବିରୋଧରେ ଏମିତି ବର୍ଷିଲେ ଯେ ସାରା ରାଜନୈତିକ କରିଡର ଥରିଉଠିଲା । ‘ବିଜେପି ନେତାଙ୍କ ରିମୋଟ୍ କଣ୍ଟ୍ରୋଲ୍ ଦିଲ୍ଲୀରେ, ହେଲେ ବିଜେଡିର ରିମୋଟ୍ ସାଢ଼େ ୪ କୋଟି ଓଡ଼ିଆଙ୍କ ହାତରେ!’