କଟକରେ କାଳବୈଶାଖୀର ତାଣ୍ଡବ, ମା’ କଟକଚଣ୍ଡୀ ମନ୍ଦିରରୁ ଖସିଲା ପଥର

ଭୁବନେଶ୍ୱର, ୦୮/୦୬ : କଟକରେ କାଳବୈଶାଖୀ ବର୍ଷା ସହ ଘଡଘଡି । ଏପଟେ ଝଡ ପବନରେ ମା’ କଟକଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ ଯୋଗୁ ମନ୍ଦିରରୁ ପଥର ଖସିଥିବା ଦେଖିବାକୁ ମିଳିଛି । ବଜ୍ରପାତ ଯୋଗୁ ମନ୍ଦିର ଶିଖରରେ ଫାଟ ସୃଷ୍ଟି ହୋଇଛି । ସନ୍ଧ୍ୟା ସମୟରେ ବର୍ଷା ପାଇଁ ପରିବେଶ ଥଣ୍ଡା ହେବା ସହ ସୁଲୁ ସୁଲିଆ ପବନ କଟକ ସହର ବାସୀଙ୍କୁ ଶାନ୍ତି ପ୍ରଦାନ କରିଛି । କଟକ ରେ ଦିନ ର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବର୍ଷା ହେବା ପରେ କଟକର ତାପମାତ୍ରା ୨୮ ଡିଗ୍ରୀ ରେ ପହଞ୍ଚିଥିଲା । କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଥିବାରୁ ବହୁତ ଗରମ ଓ ଗୁଳିଗୁଳି ରେ ଅତିଷ୍ଠ ହେଉଛନ୍ତି ଲୋକେ । ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ କ୍ଷୟକ୍ଷତି କରିଛି ବର୍ଷ ପବନ । କଟକରେ କାଳବୈଶାଖୀର ବଡ଼ ପ୍ରଭାବ। ଓଏମପି କନ୍ଦରପୁର ଜାତୀୟ ରାଜପଥରେ ପଡି ଗଲା ଏକାଧିକ ଗଛ । ଯାତାୟାତ ବାଧାପ୍ରାପ୍ତ ।