ନୂଆଦିଲ୍ଲୀ,୧୧/୪ : ଏପ୍ରିଲ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ । ରୋଜଗାର ମେଳା ଜରିଆରେ ଭର୍ତ୍ତି ହୋଇଥିବା ୭୧ ହଜାର ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି ।
ସାରା ଦେଶରେ ଚୟନ ହୋଇଥିବା ଯୁବ ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ବରିଷ୍ଠ କମର୍ସିଆଲ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ-ଇନ୍ସପେକ୍ଟର, କେନଷ୍ଟେବଲ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ପୋଷ୍ଟାଲ ଆସିଷ୍ଟାଣ୍ଟ, ଆଇଟି ଇନ୍ସପେକ୍ଟର, ଟ୍ୟାକ୍ସ ଆସିଟାଣ୍ଟ, ସିନିୟର ଡ୍ରାଫ୍ଟସମ୍ୟାନ, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ନର୍ସ, ପିଏମ, ଏମଟିଏସ ପରି ବିଭିନ୍ନ ପଦରେ କାମ କରିବେ ।
ପ୍ରଧାନମନ୍ତ୍ରୀ ମୋଦୀ ନିଯୁକ୍ତି ପତ୍ର ପାଇଥିବା ଯୁବକ ଯୁବତୀଙ୍କୁ ସମ୍ୱୋଧିତ କରିବେ । ନୂତନ ନିଯୁକ୍ତି ପାଇଥିବା ଲୋକଙ୍କୁ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରାଇବାର ସୁଯୋଗ ପାଇବେ । ଏହା ବିଭିନ୍ନ ସରକାରୀ ବିଭାଗରେ ସମସ୍ତ ନୂଆ ନିଯୁକ୍ତି ଲୋକଙ୍କ ପାଇଁ ଏକ ଅନଲାଇନ ଓରିଏଣ୍ଟେସନ ପୋର୍ସ ଅଟେ ।
