ଭୁବନେଶ୍ୱର, ୧୯/୦୬ : ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛି ଭିଜିଲାନ୍ସ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି । ଭୋରୁ ଭୋରୁ ଭିଜିଲାନ୍ସର ଏକାଧିକ ଟିମ୍ ଏକକାଳୀନ ଭାବେ ୭ଟି ସ୍ଥାନରେ ରେଡ୍ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ, ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ବାସଭବନ, କାର୍ଯ୍ୟାଳୟ ଏବଂ ତାଙ୍କ ସହ ସମ୍ପୃକ୍ତ ଅନ୍ୟାନ୍ୟ ସ୍ଥାନରେ ଏହି ଚଢ଼ାଉ ଚାଲିଛି ।