ଭୁବନେଶ୍ୱର, ୧୯/୦୬ : ସରିଛି ଦେବ ଦେବ ମହାଦେବଙ୍କ ସହ ଜଗତ ଜନନୀ ମା’ ପାର୍ବତୀଙ୍କ ବିବାହ । ବିବାହ ଉତ୍ସବରେ ଦେବତା, ଦାନବ, ମାନବ, ଗାନ୍ଧର୍ବ, କିନ୍ନର ସାମିଲ ହୋଇଛନ୍ତି । ଆଉ ବିଳମ୍ବିତ ରାତିରେ ହସ୍ତ ଗଣ୍ଠି ସହ ବିବାହ ପର୍ବ ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ନିର୍ଦ୍ଧରାତି ଲଗ୍ନ ରାତି ୧୨ଟା ୩୦ରୁ ୩.୩୦ ମଧ୍ୟେ ଦୁଇଟାରୁ ତିନିଟା ମଧ୍ୟରେ ବାବା ଯୋଗେଶ୍ୱର ବାବାଙ୍କ ସହ ମାତା ପାର୍ବତୀଙ୍କ ବିବାହ ସରିଛି । ବଲାଙ୍ଗିର ସହରର ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟିର ବହୁ ଆଡମ୍ବର, ବାଜା, ରୋଷଣୀ ସହ ବରଯାତ୍ରୀ ସହର ପରିକ୍ରମା କରି କନ୍ୟାପିତାଙ୍କ ଘରେ ପହଁଚିଥିଲେ । ଲୋକାଚାର ମୁତାବକ ସମସ୍ତ ରିତି ନୀତିରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ମର୍ତ୍ତ୍ୟଲୋକରେ ମହାଦେବ ଓ ଜଗଜ୍ଜନନୀଙ୍କ ବିବାହ ଉତ୍ସବକୁ ଦେଖିବା ପାଇଁ ଦେବତା, ଦାନବ, ଗାନ୍ଧର୍ବ, କିନ୍ନର ସଭିଏଁ ସାମିଲ ହୋଇ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି । ଆଉ ବିବାହ ପରେ ବର ପିତା ଘରେ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।