ଅଶୋକ ଗେହେଲଟ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ସଚିନ ପାଇଲଟ ହେବେ ଉପମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ, ୧୪/୧୨: ତିନୋଟି ରାଜ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ବିଜୟ ହେବା ପରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପାର୍ଥୀଙ୍କୁ ନେଇ ଅଙ୍କ କଷା ଚାଲିଥିଲା । ଏବେ ଏହାର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମଧ୍ୟପ୍ରଦେଶରେ କମଲନାଥଙ୍କ ନାମରେ ମୋହର ଲାଗିବା ପରେ ଏବେ ରାଜସ୍ଥାନର ନିଷ୍ପତି ସାମ୍ନାକୁ ଆସିଛି । ବହୁ ଲମ୍ବା ସମୟ ଧରି ଅପେକ୍ଷା କରିବା ପରେ ଏବେ ଅଶୋକ ଗେହେଲଟଙ୍କୁ ରାଜ୍ୟରେ ଶାସନ ଭାର ଦିଆଯାଇଛି ଏବଂ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ।

ସୂଚନାନୁଯାୟୀ, ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ବ୍ୟତୀତ ରାଜସ୍ଥାନର କଂଗ୍ରେସ ଅଧ୍ୟକ୍ଷ କରାଯାଇଛି । ଏହି ସମୟରେ ଜୟପୁରରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଏକ ଗଣମାଧ୍ୟମ ସମ୍ମିଳନୀ ଡକା ଯାଇଛି । ପ୍ରେସ କନଫରେନ୍ସ ସମୟରେ ପାଇଲଟ ଏବଂ ଗେହଲଟ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏଥିରେ ଗଣମାଧ୍ୟମ ସହ ବାର୍ତାଳାପ ସମୟରେ ସଚିନ ପାଇଲଟ କହିଛନ୍ତି କି, ରାଜସ୍ଥାନରେ କଂଗ୍ରେସର ଜାଦୁ କାମ କରିଛି । ଗତ ପାଂଚ ବର୍ଷ ଧରି ଆମେ ଯେଉଁ ପରିଶ୍ରମ କରିଛୁ ତାହାର ଫଳ ଆମକୁ ଜନତା ଦେଇଛନ୍ତି । ତେଣୁ ମୁଁ ଜନତାଙ୍କୁ ବିଶ୍ୱାସ ଦେଉଛି ଯେ, ଆମେ ସର୍ବଦା ଜନତାଙ୍କୁ କଥା ଦେଇଥିବା କାମରେ କେବେ ପଛକୁ ହଟିବୁ ନାହିଁ ।

Leave A Reply

Your email address will not be published.