ଜୟପୁର,୧୮/୧୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୧୯ ପାଇଁ ଖେଳାଳିଙ୍କ ନିଲାମ ଶେଷ ହୋଇଛି। ନିଲାମର ପ୍ରଥମ ରାଉଣ୍ଡରେ ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କ ଉପରେ ଟଙ୍କାର ବର୍ଷା ହୋଇଥିବା ବେଳେ ଇଣ୍ଡିଜର ସିମରନ ହେଟମାୟର ଓ କାର୍ଲୋସ ବ୍ରେଥଓ୍ଵେଟ ମଧ୍ୟ ଭଲ ଦରରେ ବିକ୍ରି ହୋଇଛନ୍ତି। ଦ୍ଵିତୀୟ ରାଉଣ୍ଡରେ ଯୁବରାଜ ସିଂହଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ସାମିଲ କରି ଯୁବି ପ୍ରେମୀଙ୍କୁ ଆଶ୍ଵସ୍ତ କରିଛି। ଅନ୍ୟ ପଟେ ଗତ ଥର ପରି ଏଥର ନିଲାମରେ ମଧ୍ୟ ଉଦାନକତଙ୍କ ଉପରେ ଟଙ୍କାର ବର୍ଷା ହୋଇଛି। ତାଙ୍କୁ ରାଜସ୍ଥାନ ରୟାଲ୍ସ ୮ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ଏହା ସହିତ ତାମିଲନାଡୁର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସମସ୍ତଙ୍କୁ ଚକିତ କରି ୮ କୋଟି ୪୦ ଲକ୍ଷ ଟଙ୍କାରେ କିଙ୍ଗ୍ସ ଇଲେଭେନ ପଞ୍ଜାବରେ ସାମିଲ ହୋଇଛନ୍ତି।
୨୦୧୯ ଆଇପିଲଏ ପାଇଁ ହୋଇଥିବା ଏହି ନିଲାମୀରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ସର୍ବାଧିକ ୧୩ ଖେଳାଳିଙ୍କୁ କିଣିଥିବା ବେଳେ ଚେନ୍ନାଇ ସର୍ବନିମ୍ନ ଦୁଇ ଜଣ ଖେଳାଳିଙ୍କୁ କିଣିଛି। ଆସନ୍ତୁ ଜାଣିବା କେଉଁ ଖେଳାଳି କେଉଁ ଦଳରେ ସାମିଲ ହେଲେ —
(୧) ଦିଲ୍ଲୀ ଡେୟାରଡେଭିଲ୍ସ –
କୋଲିନ ଇନଗ୍ରାମ – ୬ କୋଟି ୫୦ ଲକ୍ଷ
ଅକ୍ଷର ପଟେଲ – ୫ କୋଟି
ରଦରଫୋର୍ଡ – ୨ କୋଟି
ହନୁମା ବିହାରୀ – ୨ କୋଟି
ଇଶାନ୍ତ ଶର୍ମା – ୧ କୋଟି ୧୦ ଲକ୍ଷ
କିମୋ ପଲ – ୫୦ ଲକ୍ଷ
ନାଥୁ ସିଂହ – ୨୦ ଲକ୍ଷ
ଅଙ୍କୁଶ ବେନ୍ସ – ୨୦ ଲକ୍ଷ
ଜଲଜ ସକ୍ସେନା – ୨୦ ଲକ୍ଷ
ବନ୍ଦାରୁ ଅୟପ୍ପା – ୨୦ ଲକ୍ଷ
(୨) ଚେନ୍ନାଇ ସୁପରକିଙ୍ଗ୍ସ –
ମୋହିତ ଶର୍ମା – ୫ କୋଟି
ଋତୁରାଜ ଗାଏକୋଓ୍ଵାଡା – ୨୦ ଲକ୍ଷ
(୩) କିଙ୍ଗ୍ସ ଇଲେଭେନ ପଞ୍ଜାବ –
ବରୁଣ ଚକ୍ରବର୍ତ୍ତୀ – ୮ କୋଟି ୪୦ ଲକ୍ଷ
ସାମ କୁନର – ୭ କୋଟି ୨୦ ଲକ୍ଷ
ନିକୋଲାସ ପୂରଣ – ୪ କୋଟି ୨୦ ଲକ୍ଷ
ମହମ୍ମଦ ସାମି – ୪ କୋଟି ୮୦ ଲକ୍ଷ
ମୋଇସିସ୍ ହେନରିକ୍ସ- ୧ କୋଟି
ହାର୍ଡସ ଓ୍ଵିଲଜୋଏନ – ୭୫ ଲକ୍ଷ
ଦର୍ଶନ ନଳକନ୍ଦେ – ୩୦ ଲକ୍ଷ
ସରଫରାଜ ନୌସାଦ- ୨୫ ଲକ୍ଷ
ଅର୍ଶଦୀପ ସିଂହ – ୨୦ ଲକ୍ଷ
ଅଗ୍ନିବେଶ ଅୟଚୀ – ୨୦ ଲକ୍ଷ
ହରପ୍ରୀତ ବ୍ରାର – ୨୦ ଲକ୍ଷ
ମୁରୁଗନ ଅଶ୍ଵିନ – ୨୦ ଲକ୍ଷ
(୪) ସନରାଇଜର୍ସ ହାଇଦ୍ରାବାଦ
ଜୋନି ବେୟାରଷ୍ଟୋ – ୨ କୋଟି
ମାର୍ଟିନ ଗୁପଟିଲ – ୧ କୋଟି
ରିଦ୍ଧିମାନ ଶାହ – ୧ କୋଟି ୨୦ ଲକ୍ଷ
(୫) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ –
ଶିବମ ଦୁବେ – ୫ କୋଟି
ସିମରନ ହେଟମାୟର – ୪ କୋଟି ୨୦ ଲକ୍ଷ
ଆକାଶଦୀପ ନାଥ – ୩ କୋଟି ୬୦ ଲକ୍ଷ
ପ୍ରୟାସ ରାୟ ବର୍ମନ – ୧ କୋଟି ୫୦ ଲକ୍ଷ
ଗୁରକିରତ ସିଂହ – ୫୦ ଲକ୍ଷ
ହେନରିକ କ୍ଲାସନ – ୫୦ ଲକ୍ଷ
ଦେବଦତ୍ତ ପଦିକ୍କଲ – ୨୦ ଲକ୍ଷ
(୬) କୋଲକାତା ନାଇଟରାଇଡର୍ସ –
କାର୍ଲୋସ ବ୍ରେଥଓ୍ଵେଟ୍ – ୫ କୋଟି
ଲକି ଫର୍ଗ୍ୟୁସନ – ୧ କୋଟି ୬୦ ଲକ୍ଷ
ଜୋନ ଡେନଲେ – ୧ କୋଟି
ହ୍ୟାରି ଗୁର୍ନି – ୭୫ ଲକ୍ଷ
ନିଖିଲ ଶଙ୍କର ନାୟକ -୨୦ ଲକ୍ଷ
ପୃଥ୍ଵୀ ରାଜ ଜରା – ୨୦ ଲକ୍ଷ
ଅରିଞ୍ଚ ନୋରତଜେ – ୨୦ ଲକ୍ଷ
ଶ୍ରୀକାନ୍ତ ମୁଣ୍ଡେ – ୨୦ ଲକ୍ଷ
(୭) ମୁମ୍ବାଇ ଇଣ୍ଡିଆନ୍ସ –
ବରିନ୍ଦର ସରଣ – ୩ କୋଟି ୪୦ ଲକ୍ଷ
ଲସିଥ ମାଲିଙ୍ଗା – ୨ କୋଟି
ଯୁବରାଜ ସିଂହ – ୧ କୋଟି
ଅନମୋଲପ୍ରୀତ ସିଂହ- ୮୦ ଲକ୍ଷ
ପଙ୍କଜ ଯଶଓ୍ଵାଲ – ୨୦ ଲକ୍ଷ
ରଶିଖ ଦର – ୨୦ ଲକ୍ଷ
(୮) ରାଜସ୍ଥାନ ରୟାଲ୍ସ –
ଜୟଦେବ ଉନାଦକତ – ୮ କୋଟି ୪୦ ଲକ୍ଷ
ବରୁଣ ଆରୋନ – ୨ କୋଟି ୪୦ ଲକ୍ଷ
ଓଶେନ ଥମାସ – ୧ କୋଟି ୧୦ ଲକ୍ଷ
ଲିଆମ ଲିଭିଙ୍ଗଷ୍ଟୋନ – ୫୦ ଲକ୍ଷ
ଆଷ୍ଟନ ଟର୍ନର – ୫୦ ଲକ୍ଷ
ଶଶାଙ୍କ ସିଂହ – ୩୦ ଲକ୍ଷ
ଇଆନ ପରାଗ – ୨୦ ଲକ୍ଷ
ମନନ ବୋରା – ୨୦ ଲକ୍ଷ
ଶୁଭମନ ରଞ୍ଜାନେ – ୨୦ ଲକ୍ଷ