ନୂଆଦିଲ୍ଲୀ, ୧୧/୧୨ : ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଓ ସ୍ତମ୍ଭକାର ସୁରଜିତ ଭଲ୍ଲା ଡିସେମ୍ବର ୧ ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ପାର୍ଟ-ଟାଇମ ସଦସ୍ୟତରୁ ଇସ୍ତଫା ଦେଇଥିବା ମଙ୍ଗଳବାର ସୂଚନା ଦେଇଛନ୍ତି ।
ସାମାଜିକ ଗଣମାଧ୍ୟମ ନେଟ୍ୱାର୍କିଂ ସାଇଟ୍ ଟ୍ୱିଟରରେ ସେ ଲେଖିଛନ୍ତି: ଡିସେମ୍ବର ୧ରୁ ମୁଁ ‘ପିଏମ୍ଇଏସି’ ର ପାର୍ଟ-ଟାଇମ ସଦସ୍ୟତରୁ ଇସ୍ତଫା ଦେଇଛି । ନୀତି ଆୟୋଗର ସଦସ୍ୟ ବିବେକ ଦେବରାୟ ‘ଇଏସି-ପିଏମ୍’ ମୁଖ୍ୟ ଥିବା ବେଳେ ଅର୍ଥନୀତିଜ୍ଞ ରଥିନ ରାୟ, ଅସୀମ ଗୋୟଲ ଏବଂ ଶମିକାନ୍ତ ରବି ଅନ୍ୟାନ୍ୟ ପାର୍ଟ-ଟାଇମ ସଦସ୍ୟ ।
ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ ସୋମବାର ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ପଟେଲ ଆରବିଆଇର ୨୪ ତମ ଗଭର୍ଣ୍ଣର ଥିଲେ । ୨୦୧୬ ମସିହା ଡିସେମ୍ବର ମାସରେ ତାଙ୍କୁ ୩ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା ।
Prev Post