କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା : ୧୦ ଦିନ ପର୍ଯ୍ୟନ୍ତ ଚାଲିବ

କଟକ, ୨୩ /୧୧: କଟକରେ ଐତିହାସିକ ବାଲିଯାତ୍ରା ଶୁକ୍ରବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେଠାରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ବିଧାୟକମାନେ ଉପସ୍ଥିତ ଥିଲେ। ଚଳିତବର୍ଷ ପ୍ରଥମ ଥର ୧୦ ଦିନ ଯାଏ ବାଲିଯାତ୍ରା ଚାଲିବ।

କଟକର ଐତିହାସିକ ବାଲିଯାତ୍ରା ପାଇଁ କଟକ ସହର ଚଳଚଂଚଳ ହୋଇଉଠିଛି । ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଏଥର ୧୩ ଶହରୁ ଅଧିକ ଷ୍ଟଲ୍ ପଡିଛି । ସେଥିମଧ୍ୟରୁ ୩୫୦ଟି ଓରମାସର ଷ୍ଟଲ ରହିଛି । ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପର୍ଯ୍ୟନ୍ତ ଏବଂ ଖାଇବା ଠାରୁ ନେଇ ଘର ସଜାଇବା ପର୍ଯ୍ୟନ୍ତ ସମସ୍ତ ଜିନିଷ ଏଠାରେ ଉପଲବ୍ଧ ହୋଇଥାଏ । ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା ତ୍ରିଶୁଳିଅ । ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର କରାଯାଇଛି ।
ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୩୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।