କାବୁଲରେ ଆତ୍ମଘାତି ଆକ୍ରମଣ, ୨୯ ମୃତ

0

କାବୁଲ, ୨୫/୧୨ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆତ୍ମଘାତି ଆକ୍ରମଣରେ ପାଖାପାଖି ୨୯ ଜଣଙ୍କ ମୃତ୍ୟୁ ଘଟିଛି । ଗୃହ ମନ୍ତ୍ରାଳୟର ମୁଖପାତ୍ର ନଜୀବ ଦାନିଶ କହିଛନ୍ତି, ପାଖା ପାଖି ଏକ ଘଣ୍ଟା ଧରି ଚାଲିଥିବା ଏହି ଆକ୍ରମଣରେ ୨୦ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ଥିବା ବେଳେ ଏଥିରେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା ସୂଚନା ମିଳିଛି । ତେବେ ଏଘଟଣାକୁ ନେଇ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନହାନ୍ତି । ଆକ୍ରମଣ ସ୍ଥାନରେ ଲୋକ ନିର୍ମାଣ ମନ୍ତ୍ରାଳୟ ଏବଂ ଅନ୍ୟ ବିଭାଗର ଏକ କାର୍ଯ୍ୟାଳୟ ରହିଥିବା ସୂଚନା ମିଳିଛି । ଗୃହ ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଆଫଗାନୀ ସେନା ୩ ଜଣ ଆକ୍ରମଣ କାରୀଙ୍କୁ ନିହତ କରିବା ସହ ଆକ୍ରମଣରେ ଫସିଥିବା ୩୫୦ ରୁ ଅଧିକ ଲୋକଙ୍କୁ ସରକାରୀ ପରିସରରୁ ବାହାର କରିଥିଲେ । ତେବେ ଚତୁର୍ଥ ଆକ୍ରମଣକାରୀ କାର ବିସ୍ପୋରଣରେ ପ୍ରାଣ ହରାଇଥିଲା ।

Leave A Reply

Your email address will not be published.