ଚଳିତବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

0

ନୂଆଦିଲ୍ଲୀ, ୫/୧୨: ଚଳିତବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ବୁଧବାର ଘୋଷଣା କରାଯାଇଛି। ୨୪ଟି ଭାଷା ସାହିତ୍ୟରେ ବିଶିଷ୍ଟ ଯୋଗଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ। ହିନ୍ଦୀ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଚିତ୍ରା ମୁଦଗଲ୍‌, ଇଂରାଜୀରେ ଅନୀଶ ସଲିମ୍‌, ସଂସ୍କୃତରେ ରମାକାନ୍ତ ଶୁକ୍ଲା, ତାମିଲରେ ଏସ୍‌ ରାମକୃଷ୍ଣନ ଓ ନେପାଳୀରେ ଲୋକନାଥ ଉପାଧ୍ୟାୟଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ୩ ସଦସ୍ୟ ବିଶିଷ୍ଟ ବିଚାରକ ମଣ୍ଡଳୀର ସୁପାରିଶ କ୍ରମେ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି ବୋଲି ସାହିତ୍ୟ ଏକାଡେମୀ ସଚିବ କେ.ଶ୍ରୀନିବାସ ରାଓ କହିଛନ୍ତି। ଆସନ୍ତା ଜାନୁଆରୀରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ବିଜେତା ମାନଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯିବ।

SBI AD
Leave A Reply

Your email address will not be published.