‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ, ୨୭/୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମରେ ଅଭିନେତା ଅନୁପମ ଖେର ମନମୋହନ ସିଂହଙ୍କ ଭୂମିକା ନିଭାଉ ଥିବା ନଜର ଆସିଛନ୍ତି । ଏଥିରେ ଅକ୍ଷୟ ଖାନ୍ନା ସଞ୍ଜୟ ବାରୁଙ୍କ ଭୁମିକାରେ ନଜର ଆସିବେ । ଟ୍ରେଲରର ଆରମ୍ଭ ସଞ୍ଜୟ ବାରୁଙ୍କ ଭୁମିକାରୁ ହେଉଛି, ଯେଉଁଥିରେ ସେ କହୁଛନ୍ତି ‘ମୁଝେ ତୋ ଡକଫର ସାହାବ ଭୀଷ୍ମ ଜୈସେ ଲଗତେ ହେ, ଜିନମେ କୋଇ ବୁରାଇ ନେହିଁ ହେ, ପର ଫେମିଲି ଡ୍ରାମା କେ ଭିକଫିମ ହୋ ଗୟେ ହେ ।’ ତେବେ ଏହି ଭୂମିକାରେ ଅକ୍ଷୟ ଖାନ୍ନାଙ୍କ ସ୍ୱର ଖୁବ୍‌ ଭାରି ଲାଗୁଥିବା ବେଳେ ଏହି ଭୁମିକାରେ ତାଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି । ତେବେ ଏଥିରେ ମନମୋହନ ସିଂହଙ୍କ ଭୂମିକାରେ ମଧ୍ୟ ଅନୁପମ ଖୈରଙ୍କ ପାରିଶ୍ରମିକ ଦେଖିବାକୁ ମିଳିବ । ମନମୋହନଙ୍କ ଚାଲି ଚଳନ ଏବଂ ବେଶ ଭୁଷା ପାଇଁ ସେ ଅନେକ ପରିଶ୍ରମ କରିଥିବା କୁହାଯାଉଛି । ଟ୍ରେଲରଟି ଦେଖିବା ପରେ ଆପଣ ମଧ୍ୟ ଫିଲ୍ମର ଅପେକ୍ଷା କରିବେ ।

SBI_Festive_Digital Billboard