ଭୁବନେଶ୍ୱର, ୨୭/୦୪ : ବଡଭାଇର ବାହାଘର ପ୍ରୋସେସନ ବେଳେ ସାନଭାଇକୁ ହତ୍ୟା । ଗଞ୍ଜାମ ପୋଲସରା ବ୍ଳକ ବାଲିଘାଇ ଗାଁରେ ବଡ଼ ଭାଇ ବାହାଘର ପ୍ରୋସେସନ ବେଳେ ସାନଭାଇକୁ ସଂଘବଧ ଆକ୍ରମଣ ହୋଇଛି । ଆକାଶ ଜେନା ନାମକ ଯୁବକ ମୃତୁ । ତାଙ୍କୁ ପ୍ରଥମେ ପୋଲସରା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସାମାନ୍ୟ କଥାରୁ ଯୁକ୍ତିତର୍କ ପରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ଘଟଣା ପରେ ଗ୍ରାମବାସୀଙ୍କ ପକ୍ଷରୁ ଉତ୍ୟକ୍ତ ଗ୍ରାମବାସୀ ହତ୍ୟାକାରୀ ମାନଙ୍କୁ ଗିରଫ ଦାବିରେ ରାଜରାସ୍ତା ଅବରୋଧ କରିଥିଲେ । ପୋଲସରା ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପ୍ରଧାନଙ୍କ ମଧ୍ୟସ୍ଥତାରେ ସମାଧାନ କରାଯାଇଥିଲା । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଲିଖିତ ପ୍ରତିଶ୍ରୁତି ପରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ ହଟାଇ ଥିଲେ । ଏହା ସହିତ ତିନି ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଗ୍ରାମବାସୀ ମାନେ ପୁଣି ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।