ଧୋନୀଙ୍କୁ ବେଶ୍ ଭଲ ଭାବେ ଜଣା ଯେ ସେ କଣ ଚାହାନ୍ତି : କୋହଲି

0

ଆଡିଲେଡ୍,୧୫/୧: ଭାରତ ଆଡିଲେଡ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୧ରେ ବରାବର କରିଛି। ଭାରତ ସମ୍ମୁଖରେ ଥିବା ୨୯୯ ରନର ବିଜୟ ଲକ୍ଷ୍ୟକୁ ଦଳ ଚାରୋଟି ବଲ ବଳକା ଥାଇ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୧୦୪ ରନ କରିବା ସହ ଦିନିକିଆ କ୍ୟାରିୟରରେ ୩୯ ତମ ଶତକ ଅର୍ଜନ କରିଛନ୍ତି। ଅନ୍ୟ ପଟେ ମହେନ୍ଦ୍ର ସିଂହ ୫୫ ରନର ଅପରାଜିତ ମ୍ୟାଚ୍ ବିଜୟୀ ପାଳି ଖେଳିଛନ୍ତିକ। ମ୍ୟାଚ୍ ପରେ ପୁରସ୍କାର ପ୍ରଦାନ ସମୟରେ ଧୋନୀ ଏହି ବିଜୟକୁ ନେଇ ବହୁତ ଖୁସି ପ୍ରକଟ୍ କରିଥିଲେ ଏବଂ ସେ ଖୋଲା ଖୋଲି ଧୋନୀଙ୍କ ସମର୍ଥନ କରିଥିଲେ।

ଧୋନୀ କୋହଲିଙ୍କ ସହିତ ମିଶି ମ୍ୟାଚରେ ଭାରତକୁ ଜୀବିତ ରଖିଥିଲେ। ଯେବେ ଶେଷ ଓଭରରେ ଦଳକୁ ବିଜୟ ପାଇଁ ସାତ ରନ ଦରକାର ଥିଲା ସେହି ସମୟରେ ଧୋନୀ ପ୍ରଥମ ବଲରେ ଛକା ମାରି ଭାରତ ବିଜୟରେ ମୋହର ମାରିଥିଲେ। ଏହାକୁ ନେଇ କୋହଲି କହିଛନ୍ତି ଯେ ଆଜି ଧୋନୀଙ୍କ କ୍ଲାସିକ ପାଳି ଦେଖିବାକୁ ମିଳିଲା।

କୋହଲି କହିଛନ୍ତି ଯେ ୫୦ ଓଭର ପର୍ୟ୍ୟିନ୍ତ ଓ୍ଵିକେଟ୍ କିପିଂ କରିବା ପରେ ଏମିତି ପାଳି ଖେଳିବା ସହଜ ନୁହେଁ। ଧୋନୀ ମ୍ୟାଚକୁ ଶେଷ ପର୍ୟ୍ୟଇନ୍ତ ନେଇଥିଲେ ଏବଂ ସମାପ୍ତ ମଧ୍ୟ କରିଛନ୍ତି। କେବଳ ଧୋନୀ ଜାଣିଥିଲେ ଯେ ତାଙ୍କ ମସ୍ତିଷ୍କରେ କଣ ଚାଲୁଛି।

କୋହଲି କହିଛନ୍ତି ଯେ ଧୋନୀଙ୍କୁ ନିଜ କ୍ଷମତାରେ ବିଶ୍ଵାସ ଥିଲା ଯେ ସେ ବଡ଼ ସଟ୍ ଖେଳି ମ୍ୟାଚକୁ ସମାପ୍ତ କରି ପାରିବେ। କୋହଲି ୧୪ଟି ବଲରୁ ୨୫ ରନର ପାଳି ଖେଳିଥିବା ଦିନେଶ କାର୍ତ୍ତିକଙ୍କ ପ୍ରଶଂସା ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ କାର୍ତ୍ତିକ ଦ୍ରୁତ ବ୍ୟାଟିଂ କରି ଧୋନୀଙ୍କ ଉପରୁ ଚାପ୍ କମ କରିଥିଲେ।

Leave A Reply

Your email address will not be published.