ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୭/୧୨: ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କ୍ରାଇମବ୍ରାଞ୍ଚ ଟିମ୍ ହାଇକୋର୍ଟ ଯିବ ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।
ଏକ ପ୍ରେସମିଟରେ ସେ କହିଛନ୍ତି ଯେ ଘଟଣାର ତଦନ୍ତ ସଠିକ୍ ଭାବେ କରାଯାଇଥିଲା। ସରକାରୀ ଓକିଲ ମଧ୍ୟ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ପୀଡ଼ିତାଙ୍କୁ ହତ୍ୟା କରାଯାଇଥିବା ବିଚାରପତି ଦର୍ଶାଇଛନ୍ତି। ତେବେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ସାକ୍ଷ୍ୟପ୍ରମାଣ ନ ଥିବା କୋର୍ଟ କହିଥିଲେ। ପବ୍ଲିକ ପ୍ରସିକ୍ୟୁସନ ନିର୍ଦ୍ଦେଶ ଜରିଆରେ ହାଇକୋର୍ଟ ଯିବୁ ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି କହିଛନ୍ତି।