ଜାମୁକୋଳି ସ୍ୱାସ୍ଥ୍ୟ ପାଇଁ ହିତକର ସାବ୍ୟସ୍ତ ହୋଇଥାଏ । ସ୍ୱାଦରେ ଭରପୁର ଜାମୁକୋଳିରେ ଅନେକ ଔଷଧୀୟ ଗୁଣ ରହିଥାଏ ଯାହା ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଅନେକ ପ୍ରକାର ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ଆସ;ୁ ଜାଣିବା ଏହାର ଉପକାରୀତା ସମ୍ବନ୍ଧରେ ।
– ଜାମୁକୋଳିର ମଞ୍ଜି ମୁହଁ ଓ ବେକର ନାଲି ବ୍ରଣକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଜାମୁକୋଳି ମଞ୍ଜିକୁ ସୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରରେ ଅଳ୍ପ କ୍ଷୀର ଏବଂ ଗୋଲାପ ଜଳ ମିଶାଇ ବ୍ରଣରେ ଲଗାନ୍ତୁ ।
– ଜାମୁକୋଳିର ପତ୍ରରେ ଆଣ୍ଟିବ୍ୟାକେଫରିଆଲ ଗୁଣ ରହିଥାଏ । ଯାହା ମୁଖର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରିଥାଏ । ଜାମୁକୋଳିର ପତ୍ରକୁ ସୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରକୁ ଦାନ୍ତଘଷା ପେଷ୍ଟରେ ମିଶାଇ ବ୍ରଶ କରନ୍ତୁ । ଏହା ମୁଖର ଦୁର୍ଗନ୍ଧ ଦୂର କରିବା ସହ ଦାନ୍ତକୁ ସୁସ୍ଥ ବନାଇଥାଏ ।
– ଜାମୁକୋଳି ବ୍ଲଡ୍ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ । ଏହା ସହିତ ୟୁରିନରେ ସୁଗାରର ମାତ୍ରାକୁ କମ କରିଥାଏ । ଡାଇବେଟିଜ୍ ରୋଗୀଙ୍କ ପାଇଁ ଜାମୁକୋଳି ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।
– ଜାମୁକୋଳିରେ ଆଇରନ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ । ଯାହା ତ୍ୱଚାକୁ ସୁନ୍ଦର ବନାଇବା ସହ ହିମୋଗ୍ଲୋବିନର ସ୍ତର ବୃଦ୍ଧି କରିଥାଏ । ଜାମୁକୋଳି ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ ।
– ଜାମୁକୋଳିରେ ଉପସ୍ଥିତ ଆଣ୍ଟିଅକ୍ସିଡେଣ୍ଟ, ପୋଟାସିୟମ ଆଦି ପୋଷକ ତତ୍ୱ ହୃତପିଣ୍ଡ ପାଇଁ ଲାଭଦାୟକ ହୋଇଥାଏ ।
Prev Post
Next Post