ମେଲ୍‌ବର୍ଣ୍ଣ ଟେଷ୍ଟ ତୃତୀୟ ଦିନ: ବୋଲରଙ୍କ କମାଲ, ଝଡ଼ିଲା ୧୫ ୱିକେଟ: ଭାରତର ଲିଡ୍‌ ୩୪୬

0

ମେଲବର୍ଣ୍ଣ, ୨୮/୧୨: ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜ୍‌ର ତୃତୀୟ ଟେଷ୍ଟର ତୃତୀୟ ଦିନ ବୋଲରଙ୍କ ନାମରେ ଯାଇଛି । ସାରା ଦିନରେ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ତିଷ୍ଠିପାରି ନଥିବା ବେଳେ ବୋଲରମାନେ ୧୫ ୱିକେଟ ନେଇଛନ୍ତି । ଭାରତ ୪୪୩ ରନ୍‌ରେ ପାଳି ଘୋଷଣା କରିବା ପରେ ଦ୍ୱିତୀୟ ଦିନରେ କୌଣସି ୱିକେଟ ନ ହରାଇଥିବା ଅଷ୍ଟ୍ରେଲିଆ ଜସ୍‌ପ୍ରିତ୍‌ ବୁମ୍‌ରାଙ୍କ ପୋଲିସର ସାମ୍ନା କରି ନ ପାରି ୧୫୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି । ଫଳରେ ଭାରତକୁ ୨୯୨ ରନ୍‌ର ଲିଡ୍‌ ମିଳିଥିବା ବେଳେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ମଧ୍ୟ ଅଡୁଆରେ ପଡ଼ିଯାଇଛି । ଅଷ୍ଟ୍ରେଲିଆ ବୋଲର ପାଟ୍‌ କୁମିନ୍ସଙ୍କ ବୋଲିଂର ସାମ୍ନା କରିନପାରି ଭାରତ ୫୪ ରନ୍‌ରେ ୫ ୱିକେଟ ହରାଇଛି । ତେବେ ତୃତୀୟ ଦିନ ଷ୍ଟମ୍ପ ଅପସରଣ ବେଳକୁ ମୟଙ୍କ ଅଗ୍ରୱାଲ ୨୮ ଓ ରିଶଭ ପନ୍ତ ୬ ରନ୍‌ କରି ଅପରାଜିତ ରହିଛନ୍ତି । ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ଓ ହାତରେ ଆଉ ୫ ୱିକେଟ ଥିବାବେଳେ ଭାରତ ୩୪୬ର ଅଗ୍ରଣୀ ହାସଲ କରିଛି ।

Leave A Reply

Your email address will not be published.