ହକି ବିଶ୍ୱକପରୁ ଭାରତର ବିଦାୟ, ୧-୨ରେ ନେଦରଲାଣ୍ଡ ଠାରୁ ପରାସ୍ତ

0

ଭୁବନେଶ୍ୱର, ୧୩ /୧୨: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଦ୍ଦଶ ହକି ବିଶ୍ୱକପର ଆଜିର କ୍ୱାଟର ଫାଇନାଲ ମ୍ୟାଚରେ ନେଦରଲ୍ୟାଣ୍ଡସ ଓ ଭାରତ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ମୁକାବିଲା । ମ୍ୟାଚ କେତେବେଳେ ଭାରତ ପକ୍ଷରେ ରହୁଥିଲା ତ କେତେବେଳେ ନେରସଲାଣ୍ଡସ ପକ୍ଷରେ। ମ୍ୟାଚର ପ୍ରଥମ କ୍ୱାର୍ଟରେ ଭାରତକୁ ମିଳିଥିଲା ମ୍ୟାଚର ପ୍ରଥମ ପେନାଲ୍ଟି କର୍ଣ୍ଣର । ଆକାଶଦୀପ ସିଂ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଅଗ୍ରଣୀ କରିଥିଲେ । କିନ୍ତୁ ପ୍ରଥମ କ୍ୱାର୍ଟର ଶେଷ ହେବା ପୂର୍ବରୁ ନେରଲାଣ୍ଡସର ମଧ୍ୟ ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲା ।

ଏହାପରେ ନଦରଲାଣ୍ଡସ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ମ୍ୟାଚରେ ୩ଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା । ୨ଟି ପେନେଲ୍ଟି କର୍ଣ୍ଣକୁ ଗୋଲରେ ପରିଣତ କରିପାରିନଥିବା ବେଳେ ଶେଷ କ୍ୱାର୍ଟର ମିଳିଥିବା ପେନେଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ମ୍ୟାଚରେ ୨-୧ ଅଗ୍ରଣୀ ହୋଇଥିଲ । ଏହାପରେ ଭାରତ ଆଉ ମ୍ୟାଚରେ କମବ୍ୟାକ କରିପାରିଲା ନଥିଲା । ଶେଷରେ ୨-୧ରେ ନେଦରଲାଣ୍ଡସ ଠାରୁ ମ୍ୟାଚ ହାରି ନିଜର ଅଭିଯାନ ଶେଷ କରିଛି । ସେମିଫାଇନାଲରେ ଗତଥରର ବିଶ୍ୱକପ ବିଜେତା ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ଭେଟିବ ନେଦରଲାଣ୍ଡସ ।

Leave A Reply

Your email address will not be published.