ପିତାମାତାଙ୍କର ସବୁଠୁ ବଡ଼ ଚିନ୍ତା ହେଲା ପିଲାମାନେ ବାହାରେ ଥିବା ସମୟରେ କିଛି ଖରାପ କାମରେ ଲିପ୍ତ ରହୁନାହିଁ ତ, କୁସଙ୍ଗରେ ପଡ଼ୁନାହିଁ ତ, ଠକାମିର ଶିକାର ହେଉନାହିଁ ତ ଇତ୍ୟାଦି । ସ୍କୁଲ, ଟୁ୍ୟସନ୍, ପିକ୍ନିକ୍, ସାଙ୍ଗସାଥୀରେ ଖେଳିବା ସମୟରେ ତ ଆଉ ବାପା ମା’ ଜଗିପାରିବେନି । ତେଣୁ ଯେମିତି ହେଲେ ବି ପିଲାମାନେ ଅନେକ ସମୟରେ ବାପାମା’ଙ୍କ ଆଖିରୁ ଟିକେ ଦୂରେଇ ଯାଆନ୍ତି । ସେଥିପାଇଁ ପିତା ମାତାଙ୍କ ଚିନ୍ତା ବଢ଼ିଯାଉଛି । କିନ୍ତୁ ଏଭଳି ଚିନ୍ତାରୁ ମିକ୍ତି ଦେବା ପାଇଁ ଏବେ ପିଟ୍ନାନୋ କମ୍ପାନୀ ଏକ ସୁନ୍ଦର ଘଣ୍ଟା ବାହାର କରିଛନ୍ତି । ଯାହାଦ୍ୱାରା ୨୪ ଘଣ୍ଟା ବାପାମା’ ତାଙ୍କ ପିଲାଙ୍କ ଉପରେ ନଜର ରଖିପାରିବେ । ଏହି ଘଣ୍ଟାରେ ଏକ ସିମ୍ କାର୍ଡ଼ ପଡିବାର ବ୍ୟବସ୍ଥା ରହିଛି, ଏହା ସାହାଯ୍ୟରେ ଘରେ ବସି ସ୍ମାର୍ଟ ଫୋନ୍ ଦ୍ୱାରା ପିଲାର ଗତିବିଧି ସମ୍ପର୍କରେ ଜାଣିହେବ । ଏହାବ୍ୟତୀତ କୌଣସି ସମସ୍ୟାରେ ପଡ଼ିଲେ ଆଲାରାମ୍ ବାଜିବା ସହିତ ମେସେଜ ପଠାଇବା ତଥା ଭଏସ୍କଲ୍ ମଧ୍ୟ କରିହେବ । ବର୍ତ୍ତମାନ ଏହାର ମୂଲ୍ୟ ରଖାଯାଇଛି ପାଖାପାଖି ୩୫୦୦ଟଙ୍କା ।