ଆଜିକାଲି ଅଧିକାଂଶ ଲୋକ ହାର୍ଟ ଆର୍ଟାକ୍ର ଶିକାର ହେଉଛନ୍ତି । ଆଧୁନିକ ଯୁଗର ଅନିୟମିତ ଜୀବନଶୈଳୀ, ଭିନ୍ନଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥର ସେବନ, କମ୍ ଶାରୀରିକ ଶ୍ରମ ଏବଂ ମାନସିକ ଚିନ୍ତା ଆଦି ହୃଦ୍ଘାତକର ମୁଖ୍ୟ କାରଣ ପାଲଟିଛି । ବର୍ତ୍ତମାନ ହୃଦ୍ଘାତରୁ ମୁକ୍ତି ପାଇବା ପାଇଁ ଆଧୁନିକ ଉପାୟରେ ବାଇପାସ୍ ସର୍ଜରୀ କରାଯାଉଛି । କିନ୍ତୁ ଜଣେ ସାଧାରଣ ବ୍ୟକ୍ତିପକ୍ଷେ ଏହି ଚିକିସିା କରିବା ସମ୍ଭବପର ନୁହେଁ । ତେବେ ଅନେକ ଲୋକ ଜାଣି ନାହାନ୍ତି ଯେ, ହୃଦ୍ଘାତର
ଘରୋଇ ଉପଚାର ମଧ୍ୟ ରହିଛି । ଆସନ୍ତୁ ଜାଣିବା ଲାଉକୁ ପ୍ରୟୋଗ କରି କିପରି ପାଇବା ହୃଦ୍ଘାତରୁ ଉପଶମ:-
* ଲାଉ ରସରେ ୪-୬ଟି ପୁଦିନା ପତ୍ର ବା ୮ଟି ତୁଳସୀ ପତ୍ର ପକାଇ ବାଟି ସେଥିରେ କିଛି ପରିମାଣର ପାଣି ମିଶାଇବା ପରେ ୧ଗ୍ରାମ୍ ସୈନ୍ଧବ ଲୁଣ ଏବଂ ୪ଟି ଗୋଲମରିଚ ମିଶାଇ ଖାଇବାର ଅଧାଘଣ୍ଟା ପରେ( ସକାଳ, ମଧ୍ୟାହ୍ନଭୋଜନ ଏବଂ ରାତ୍ରୀଭୋଜନ) ନେଲେ ହୃଦ୍ଘାତରୁ ଉପଶମ ମିଳିଥାଏ ।
* ଏହି ଉପରୋକ୍ତ ରସକୁ ଅତିକମ୍ରେ ୩ ମାସ ସେବନ କରିବା ଉଚିତ୍ ।
* ଏହି ଉପଚାର ସେବନ କରିବା ସମୟରେ ଖଟା ଫଳମୂଳ ଖାଇବା ଅନୁଚିତ୍ ।
Prev Post
Next Post