ଗୋଥ୍‌ ସମ୍ପ୍ରଦାୟର ବିଦ୍ରୋହ

ମୁହଁର ନାଟକୀୟ ମେକ୍‌ଅପ୍‌ ନ ହଟାଇଲେ ଭୂତଳ ଟ୍ରେନ୍‌ (ସବ୍‌େୱ)ରେ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଚୀନ୍‌ର ଗୋଥ୍‌ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ନିର୍ଦ୍ଦେଶ ଦିଆଯିବାରୁ ସମଗ୍ର ସମ୍ପ୍ରଦାୟ ଏହା ବିରୋଧରେ ଅନ୍‌ଲାଇନ୍‌ରେ ପ୍ରତିବାଦ ସ୍ୱର ଉଠାଇଛନ୍ତି । ଚୀନ୍‌ର ସୋସାଲ ମିଡ଼ିଆ ସାଇଟ୍‌ ୱିବୋରେ ଉକ୍ତ ଗୋଥ୍‌ ମହିଳା ନିଜ ନାମ ଉଲ୍ଲେଖ ନ କରି ତାଙ୍କୁ ଗୋଆଙ୍ଗଝୋଉ ସହରର ସବ୍‌େୱ ସିକୁ୍ୟରିଟି ଯାତ୍ରା ପାଇଁ ବାରଣ କରିଥିଲେ ବୋଲି ବର୍ଣ୍ଣନା କରିଛନ୍ତି ।
କଳା ଲିପ୍‌ଷ୍ଟିକ୍‌ ଓ ହେଭି ଆଇ ମେକ୍‌ଅପ୍‌ ଯୋଗୁଁ ତାଙ୍କୁ ବାରଣ କରାଯାଇଥିଲା । ଜଣେ ମହିଳା ସିକୁ୍ୟରିଟି ଗାର୍ଡ ତାଙ୍କୁ କହିଲେ ମୁହଁରୁ ଏସବୁ ମେକ୍‌ଅପ୍‌ ନ ହଟାଇଲେ ତାଙ୍କୁ ଦେଖି ଛାନିଆ ହୋଇପଡ଼ିବେ ଏବଂ ଟ୍ରେନ୍‌ରେ ବିଶୃଙ୍ଖଳା ସୃଷ୍ଟି ହେବ । “ଚୀନ୍‌ର ଜଣେ ନାଗରିକ ରୂପେ ମୁଁ କର୍ତ୍ତୃପକ୍ଷଙ୍କୁ ଏ ନେଇ ଚାଲେଞ୍ଜ କରୁଛି ଯେ କେଉଁ ଆଇନ ବଳରେ ମୋତେ ସବ୍‌େୱରେ ବାରଣ କରାଯିବା ସହ ମୋ ସମୟ ବରବାଦ କରାଗଲା । ଏଭଳି କୌଣସି ଗୋଟିଏ ନିୟମ ଦେଖାଇଲେ ମୁଁ ନିଜେ ସବ୍‌େୱ ଷ୍ଟେସନରେ ବ୍ୟାନର ଟାଙ୍ଗି ଗୋଥିକ୍‌ ବେଶଭୁଷାରେ ଥିବା ଲୋକମାନଙ୍କୁ ବାରଣ କରିବି ।’’
ଏହି କଥା ପଢ଼ି ହଜାର ହଜାର ୱିବୋ ୟୁଜର ଗୋଥ୍‌ ମେକ୍‌ଅପ୍‌ ନେଇ ଏବଂ କଳା ପୋଷାକ ପିନ୍ଧି ଏକ ହାସ୍‌ଟ୍ୟାଗ୍‌ ସହ ସେଲ୍‌ଫି ପୋଷ୍ଟ କରିଛନ୍ତି । ଇତିମଧ୍ୟରେ ଗୋଆଙ୍କଝୋଉ ସବ୍‌େୱ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇ ସମ୍ପୃକ୍ତ ମହିଳା ଗାର୍ଡଙ୍କୁ ସସ୍‌ପେଣ୍ଡ କରାଯାଇଛି ।
ଗୋଥ୍‌ ସମ୍ପ୍ରଦାୟର ପୋଷାକ ପରିଚ୍ଛଦକୁ ଲୋଲିତା ଫ୍ୟାଶନ କୁହାଯାଉଛି । ଏହି ପ୍ୟାଶନ ଜାପାନରେ ଖୁବ୍‌ ଲୋକପ୍ରିୟ । ଜାପାନରୁ ଏହା ଚୀନ୍‌କୁ ଆମଦାନୀ ହୋଇଛି ।