ଦେଶରେ କରୋନା ଭାଇରସ ଭୂତାଣୁରେ ମୃତକଙ୍କ ସଂଖ୍ୟା ୧୩୭୩

ନୂଆଦିଲ୍ଲୀ, ୪/୫: ଦେଶରେ କରୋନା ଭାଇରସ ଭୂତାଣୁରେ ମୃତକଙ୍କ ସଂଖ୍ୟା ୧୩୭୩ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସରେ ଦେଶର ୪୨ ହଜାର ୫୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୨୯ ହଜାର ୪୫୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧୧ ହଜାର ୭୦୭ ଜଣ ।

ତେବେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୧୨ ହଜାର ୯୭୪ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ୫୪୮ ଜଣ ଜୀବନ ହରାଇଛନ୍ତି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସବୁଠାରୁ ଅଧିକ କାୟା ବିସ୍ତାର କରିଛି । ଗୁଜୁରାଟରେ ୨୯୦, ମଧ୍ୟପ୍ରଦେଶରେ ୨୫୬, ରାଜସ୍ଥାନ ୭୧ ଜଣ ଲୋକ ଜୀବନ ହରାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।