ଦେଶରେ କରୋନା ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୨୧୦୯, ଆକ୍ରାନ୍ତ ସଂଖ୍ୟା ୬୨,୯୩୯

ନୂଆଦିଲ୍ଲୀ,୧୦ /୫: ଦେଶରେ କରୋନା ଭାଇରସ ଭୂତାଣୁରେ ମୃତକଙ୍କ ସଂଖ୍ୟା ରବିବାର ୨୧୦୯ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସରେ ଦେଶର ୬୨ ହଜାର ୯୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୪୧ ହଜାର ୪୭୨ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧୯ ହଜାର ୩୫୮ ଜଣ । ବିଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୨୭୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨୭ ଜଣ ଆକ୍ରାନ୍ତ ଜୀବନ ହାରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୨୦ ହଜାର ୨୨୮ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ୭୭୯ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୪୭୨, ମଧ୍ୟପ୍ରଦେଶରେ ୨୧୫, ଓ ପଶ୍ଚିମବଙ୍ଗରେ ୧୭୧ ଜଣ ଲୋକ ଜୀବନ ହରାଇଛନ୍ତି ।