ଭାରତ ସୀମାବର୍ତ୍ତୀ ନିକଟରେ ଯୁଦ୍ଧ ବିମାନ ଉଡାଉଛି ପାକିସ୍ତାନ, ହାଇଆର୍ଲଟରେ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ, ୧୦ /୫ : ଭାରତୀୟ ସୀମା LOC ନିକଟରେ ହଠାତ ଯୁଦ୍ଧବିମାନର ଗତିବିଧୀକୁ ବୃଦ୍ଧି କରିଛି ପାକିସ୍ତାନ । ପାକିସ୍ତାନର F-16, JF-17 ଏବଂ ମିରାଜ୍ -3 ଭଳି ଲଢାକୁ ଯୁଦ୍ଧ ବିମାନ ଏହାର ସୀମା ମଧ୍ୟରେ ରହି କଣ୍ଟ୍ରୋଲ୍ ଲାଇନରେ ଉଡ଼ୁଥିବା ଦେଖାଯାଇଛି | ଜାତୀୟ ଗଣମାଧ୍ୟମ ଆଜତକର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଭାରତ ମଧ୍ୟ ପାକିସ୍ତାନର ଏଭଳି ହଠାତ ଗତିବିଧୀକୁ ନଜରରେ ରଖି ବାୟୁସେନାକୁ ଆଲର୍ଟରେ ରଖିଛି |

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ହିଣ୍ଡୱାରାରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ କର୍ଣ୍ଣେଲ ଆଶୁତୋଷ ଶର୍ମାଙ୍କ ଶହୀଦ ହେବା ପରେ ପାକିସ୍ତାନ ଭୟଭୀତ ହୋଇ ସୀମାରେ ଯୁଦ୍ଧ ବିମାନର ଗତିବିଧୀକୁ ବୃଦ୍ଧି କରିଛି ବୋଲି ସୂଚନା ମିଳୁଛି। ହିଣ୍ଡୱାରାରେ ଆତଙ୍କବାଦୀଙ୍କ ମୁକାବିଲାରେ ଭାରତୀୟ ସେନାର 8 ଜଣ ଯବାନ ସହିଦ ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର F-16, JF-17 ଏବଂ ମିରାଜ୍ -3 ବିମାନ ଭାରତୀୟ ସୀମା ରେଖା ନିକଟରେ ଉଡୁଛି। ପାକିସ୍ତାନର ଏହି କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ରଖିବା ସହ ଏବଂ ପାକିସ୍ତାନୀ ବାୟୁସେନାର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ସୀମାରେ ନଜର ରଖାଯାଉଛି। ଭାରତୀୟ ବାୟୁସେନା ଏୟାରବେସ୍ ମଧ୍ୟ ସମ୍ପୂର୍ଣ୍ଣ ଆର୍ଲଟ ରହିଛି। ପାକିସ୍ତାନୀ ବିମାନର ଗତିବିଧି ଉପରେ ନଜର ରଖିବା ପାଇଁ ଭାରତ ଏୟାରବୋର୍ନ ଚେତାବନୀ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା (AWACS) ନିୟୋଜିତ କରିଥିବା ସୂଚନାମିଳିଛି ।