ସୋରିଷ ତେଲର ଉପକାରୀତା

ଲମ୍ବା ଏବଂ ଘନ କେଶ ପାଇଁ ସୋରିଷ ତେଲ ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏଥିରେ ଉପସ୍ଥିତ ଐଷଧୀୟ ଗୁଣ କେଶକୁ ଦୃଢ ଏବଂ ସ୍ନିU କରିବାରେ ସାହାଯ୍ୟ କରିଥାଏ । ସୋରିଷ ତେଲରେ ଉପସ୍ଥିତ ଜୀବାଣୁରୋଧୀ ଏବଂ ଆଣ୍ଟିବ୍ୟାକେଫରିୟାଲ ଗୁଣ ଦ୍ୱାରା ମୁଣ୍ଡର ଖପୁରୀ ସଫା ରହିଥାଏ । ଏହା ବ୍ୟତିତ କେଶର ରୁଖାପଣକୁ ମଧ୍ୟ ଦୁର କରିବାରେ ସହାଯ୍ୟ କରିଥାଏ । ସୋରିଷ ତେଲର ବ୍ୟବହାର ଦ୍ୱାରା କୌଣସି ସାଇଡ ଇଫେକଫସ ମଧ୍ୟ ଦେଖା ଦେଇନଥାଏ । ଆସ;ୁ ଜାଣିବା ଏହାର ଉପକାରୀତା ବିଷୟରେ ।
ନେଚୁରାଲ କଣ୍ଡିଶନର- ସୋରିଷ ତେଲ କେଶ ପାଇଁ ଏକ ପ୍ରକାର ନେଚୁରାଲ କଣ୍ଡିଶନର ରୁପରେ କାମ କରିଥାଏ । ଏଥିରେ ଉପସ୍ଥିତ ବୀଟା କେରୋଟିନ ଏବଂ ଫ୍ୟାଟି ଏସିଡ କେଶକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତିତ ସୋରିଷ ତେଲରେ ଉପସ୍ଥିତ ଆଇରନ, କ୍ୟାଲସିୟମ ଏବଂ ମ୍ୟାଗନେସିୟମ ଭଳି ପୋଷକ ତତ୍ୱ କେଶକୁ ଘନା ଏବଂ ଲମ୍ବା କରିବାରେ ସାହାଯ୍ୟ କରିଥାଏ । ନିୟମିତ ଭାବରେ ସୋରିଷ ତେଲର ମସାଜ କରିବା ଦ୍ୱାରା କେଶ ଖୁବ୍‌ ଶୀଘ୍ର ବଢିଥାଏ ।
କେଶ ଝଡିବା ବନ୍ଦ ହୋଇଥାଏ- ସୋରିଷ ତେଲ ଦ୍ୱାରା କେଶ ଝଡିବା କମ ହେବା ସହ କେଶରେ ଅଭ୍ୟନ୍ତରୀଣ ପୋଷକ ଯୋଗାଇ ଥାଏ । ଫଳରେ କେଶ ଝଡିବା ସମସ୍ୟା ଦୂର ହୋଇଥାଏ ।
କେଶକୁ ମଜବୁତ କରିଥାଏ- ସୋରିଷ ତେଲରେ ସେଲେନିୟମ ନାମକ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଉପସ୍ଥିତ ଥାଏ । ଫଳରେ ମୁଣ୍ଡରେ ଜମୁଥିବା ପ୍ରଦୁଷଣରୁ ଏହା ମୁକ୍ତି ଦେଇଥାଏ । ଏହା ବ୍ୟତୀତ ସୋରିଷ ତେଲରେ ଉପସ୍ଥିତ ଆଣ୍ଟି-ମାଇକ୍ରୋବିୟଲ ଗୁଣ କେଶକୁ ପୋଷଣ ଯୋଗାଇବା ସହ ବ୍ୟକେଫରିୟାଲ ଇନଫେକ୍ସନରୁ ସୁରକ୍ଷା ଦେଇଥାଏ ।