ୟୁପିଏଠାରୁ ଏନଡିଏ ରାଫାଲ ରାଜିନାମା ଶସ୍ତା : ସିଏଜି ରିପୋର୍ଟ

ନୂଆଦିଲ୍ଲୀ,୧୩/୨: କଂଗ୍ରେସ ସରକାର ଅମଳରେ ହୋଇଥିବା ରାଫାଲ ରାଜିନାମାଠାରୁ ଏନଡିଏ ସରକାରଙ୍କ ଅମଳରେ ହୋଇଥିବା ରାଫାଲ ମୂଲଚାଲ ୨.୮% ଶସ୍ତା ବୋଲି ସିଏଜି ରିପୋର୍ଟରେ କୁହାଯାଇଛି। ବୁଧବାର ରାଜ୍ୟସଭାରେ ଆଗତ ହୋଇଥିବା ସିଏଜି ରିପୋର୍ଟ ଅନୁସାରେ, ୩୬ଟି ରାଫାଲ ଲଢୁଆ ବିମାନ ଲାଗି ଏନଡିଏ କରିଥିବା ରାଜିନାମ ଉପା ସରକାର ଅମଳରେ ହୋଇଥିବା ୧୨୬ଟି ବିମାନଠାରୁ ଶସ୍ତା। ବର୍ତ୍ତମାନର ରାଜିନାମା ପ୍ରଥମ ରାଜିନାମାଠାରୁ ୯% ଶସ୍ତା ବୋଲି ଏନଡିଏ ସରକାର ପୂର୍ବରୁ ଦାବି କରିଆସୁଥିଲେ। ଯାହା ଭୂଲ ପ୍ରମାଣିତ ହୋଇଛି। ସିଏଜି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଉଛି, କଂଗ୍ରେସ ସରକାର ଅମଳରେ ହୋଇଥିବା ୧୨୬-ଏୟାରକ୍ରାଫ୍ଟ ଚୁକ୍ତି ତୁଳନାରେ ବର୍ତ୍ତମାନର ଚୁକ୍ତିରେ ଭାରତକୁ ୧୭.୦୮ ପ୍ରତିଶତ ଫାଇଦା ହୋଇଥିବା ଜଣାଯାଇଛି। ପୂର୍ବରୁ ଆଗତ ରିପୋର୍ଟ ବିମାନ ଦରଦାମର ବିବାଦୀୟ ତଥା ପ୍ରମୁଖ ପଏଣ୍ଟଗୁଡିକୁ ବାଦ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ତଥ୍ୟଗଡିକୁୁ ଗୋପନୀୟ ଦର୍ଶାଇଥିବାରୁ ଏହାକୁ ସାର୍ବଜନୀନ କରାଯାଇ ନ ଥିବା ଜଣାଯାଇଛି। ଏହାକୁୁ ନେଇ ବିପକ୍ଷ ଦଳ ପୁଣି ପ୍ରସଙ୍ଗ କରିବାର ସମ୍ଭାବନା ରହିଛି।