ଦୁର୍ଗାପୂଜା ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା ; କମିସନରେଟ୍ ପୁଲିସର ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର, ୧୪/୧୦ : ଦୁର୍ଗାପୂଜା ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା। ଆସନ୍ତା ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ ହେବ ଦୁର୍ଗାପୂଜା। ଏହି ସମୟରେ ରାଜଧାନୀରେ ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ୨୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ ଘଟିକାଠାରୁ ରାତ୍ରୀ ୨ ଘଟିକା ପର୍ଯ୍ୟନ୍ତ ଏହି କଟକଣା କାର୍କ୍ୟକାରୀ ହେବ।