ଭୁବନେଶ୍ୱର, ୧୪/୧୦ : ଓଡ଼ିଶାରେ ଶିଳ୍ପ ବିକାଶର ବଢ଼ିବ ଗତି। ଆଜି ଯାଜପୁର କଳିଙ୍ଗନଗର ଗସ୍ତରେ ଯାଇ ୩୯ହଜାର ୩୮୨କୋଟି ଟଙ୍କାର ୪୬ ଟି ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ୧୪ ଟି ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏସବୁ ପ୍ରକଳ୍ପ ଦ୍ବାରା ରାଜ୍ୟରେ ୪୨ ହଜାର ନିଯୁକ୍ତି ସୃଷ୍ଟି ହେବା ନେଇ ଆଶା। ଓଡ଼ିଶାର ଯୁବକ ମାନଙ୍କ ଭବିଷ୍ୟତ ଓ ସମୃଦ୍ଧ ଓଡ଼ିଶାର ନୂଆ ଠିକଣା ହେବ। ଇସ୍ପାତ, ଫେରୋଆଲଏଜ୍, ଇସ୍ପାତ ଡାଉନଷ୍ଟ୍ରିମ୍, କେମିକାଲ୍, ପେଟ୍ରୋକେମିକାଲ୍, ପ୍ଲାଷ୍ଟିକ୍, ଆଇଟି ଓ ଇଏସ୍ଡିଏମ୍ ଏବଂ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ଗୁଡ଼ିକର ଗ୍ରାଉଣ୍ଡ ବ୍ରେକିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ।