୯୧ବର୍ଷ ବୟସରେ ନିର୍ବାଚନ ଲଢ଼ୁଛନ୍ତି କଂଗ୍ରେସର ଏହି ଭେଟେରାନ ନେତା

0

ନୂଆଦିଲ୍ଲୀ,୧୯/୪ :  ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଭେଟେରାନ ନେତା ଶାମାନୂର ଶିବଶଙ୍କରାପ୍ପା ଓହ୍ଲାଇଛନ୍ତି ନିର୍ବାଚନ ମଇଦାନକୁ।  ଯିଏକି ପୁଣି ଥରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲଢ଼ିବକାକୁ ଯାଉଛନ୍ତି। ଆଉ ଶିବଶଙ୍କରାପ୍ପା ନିଜକୁ ନିର୍ବାଚନୀ ମଇଦାନରରେ ‘ଦ୍ରୁତ ଗତିରେ ଦୌଡ଼ୁଥିବା ଘୋଡ଼ା’ ବୋଲି କହିଛନ୍ତି। ସେ କହିଛନ୍ତି ବୟସ କେବଳ ଗୋଟିଏ ସଂଖ୍ୟା । ଆଉ ଏହି ଉକ୍ତିକୁ ଯଥାର୍ଥ କରୁଛନ୍ତି କଂଗ୍ରେସର ଏହି ନେତା ଜଣକ ୯୧ ବୟସରେ ବି ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି।

କଂଗ୍ରେସର ଭେଟେରାନ, ତଥା ପାଞ୍ଚଥରର ବିଧାୟକ ରହିଥିବା ଏବଂ ପୂର୍ବତନ ଲୋକସଭା ସଦସ୍ୟ ପୁଣିଥରେ ଦେଶର ସବୁଠୁ ପୁରାତନ ଦଳରୁ ନାମାଙ୍କନ ଭରିଛନ୍ତି। ସେ ଦାବଣଗେରେ ଦକ୍ଷିଣରୁ ନାମାଙ୍କନ ଭରିଛନ୍ତି। ତେବେ ନିର୍ବାଚନ ଲଢ଼ିବାକୁ ନେଇ କହିଛନ୍ତି ‘ମୋ ପାଖରେ ଲୋକଙ୍କ ସମର୍ଥନ ରହିଛି, ଭଗବାନଙ୍କ ଆଶୀର୍ବାଦ ରହିଛି, ଆଉ କ’ଣ ଦରକାର ?’ ଏହା ସହ ନିଶ୍ଚୟ ବିଜୟୀ ହେବେ ବୋଲି ମଧ୍ୟ କହିଛନ୍ତି। ସେହିପରି କଂଗ୍ରେସରୁ ଟିକେଟ୍‌ ପାଇବାକୁ ନେଇ ସେ କହିଛନ୍ତି ‘କେବଳ ଦ୍ରୁତ ବେଗରେ ଦୌଡ଼ୁଥିବା ଘୋଡ଼ାଙ୍କୁ ହିଁ ରେସ୍‌ ପାଇଁ ବଛାଯାଏ। ମୁଁ ବି ସେହିପରି ଏକ ଘୋଡ଼ା। ମୁଁ ଜିତିବି ଏବଂ ତାହା ପୁଣି ବିପୁଳ ଭୋଟ୍‌ରେ।’

SBI AD
Leave A Reply

Your email address will not be published.