ଭୁବନେଶ୍ୱର, ୧୯/୪: ରାଜଧାନୀରେ ଖୋଲିଲା ପ୍ରଥମ ମହିଳା ଭେଣ୍ଡିଂ ଜୋନ୍ । ଭୁବନେଶ୍ୱର ଡୁମଡୁମା ଠାରେ ନିର୍ମାଣ ହୋଇଥିବା ମହିଳା ଭେଣ୍ଡିଙ୍ଗ ଜୋନକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ମେୟର ସୁଲୋଚନା ଦାସଙ୍କ ସମେତ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ (ମୁକ୍ତା) ଏହି ଭେଣ୍ଡିଂଜୋନ୍ ନିର୍ମାଣ ହୋଇଛି। ଏହି ଭେଣ୍ଡିଂ ଜୋନରେ ପ୍ରାୟ ୪୧ଟି ଦୋକାନଘର ରହିଛି। ଏହି ଭେଣ୍ଡିଂଜୋନର ଦାୟିତ୍ଵ ମହିଳା ଏସ୍ଏଚଜି ଙ୍କୁ ଦିଆଯାଇଛି।