ଥ୍ରିଲ୍ ଆଣିବ ଆଭେଞ୍ଜର୍ସ ଏଣ୍ଡ୍ ଗେମ୍
ମାର୍ବଲ୍ର ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଭେଞ୍ଜର୍ସ- ଏଣ୍ଡ ଗେମ୍’ ଭାରତୀୟ ସିନମାଘରମାନଙ୍କରେ ରିଲିଜ୍ ହୋଇ ଯାଇଛି । ଦର୍ଶକମାନଙ୍କ ଭିତରେ ଫିáୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ଥିଲା । ଉତ୍କଣ୍ଠା ଏଥିପାଇଁ ମଧ୍ୟ ଥିଲା କାରଣ ଏହା ଆଭେଞ୍ଜର୍ସର ଶେଷ ସଂସ୍କରଣ । ଫିଲ୍ମର ପୂର୍ବ ସଂସ୍କରଣ ‘ଆଭେଞ୍ଜର୍ସ ଇନ୍ଫିନିଟି ୱାର’ଠାରୁ ଆହୁରି ଦୁଇପାଦ ଆଗରେ ଅଛି ବୋଲି କୁହା ଯାଉଛି । ଟୋନୀ ଷ୍ଟାରଙ୍କର ସ୍ପେସ୍ରେ ବୁଲିବା ଏକ ଭିନ୍ନ ପ୍ରକାରେ ଫିଲ୍ମରେ ଦର୍ଶାଯାଇଛି । ଫିଲ୍ମରେ ସମପରିମାଣର ଇମୋସନ୍ ଓ ଆକ୍ସନ୍ ଦେଖଇପାରିବେ ଦର୍ଶକ । ଫିଲ୍ମର କ୍ଲୋଜ୍ରକୁ ଦେଖିଲେ ଏମିତି ଲାଗୁଛି ସତରେ ଯେମିତି ଗୋଟିଏ ଯୁଗର ଅନ୍ତ ଘଟୁଛି ।
ଫିଲ୍ମଟି ସେହିଠାରୁ ଆରମ୍ଭ ହେଉଛି ଯେଉଁଠାରେ ଆଭେଞ୍ଜର୍ସ ଇନ୍ଫିନିଟି ୱାରର ଶେଷ ହୋଇଥିଲା । ଇନ୍ଫିନିଟିରେ ଥାନୋସ୍ ୬ଟି ଇନ୍ଫିନିଟି ଷ୍ଟୋନ୍ ସଂଗ୍ରହ କରିବା ପରେ ଦୁନିଆର ଅଧପ୍ରତିଶତକୁ ଧ୍ୱନ୍ସ କରି ଦେଇଥିଲେ ।
ଫିଲ୍ମର କାହାଣୀ ଥାନୋସ୍ର ଏକ ଫଟୋରୁ ଆରମ୍ଭ ହେଉଛି । ଜଣେ ଦୁର୍ବଳ ମାର୍ବଲ ଆଇରନ୍ ମ୍ୟାନ୍ ନେବୁଲା ସହ ସ୍ପେସ୍ଶିପ୍ରେ ଥିଲା । ଯେଉଁଠାରେ ବଞ୍ଚିବାର କୌଣସି ଉପାୟ ନାହିଁ । ସେଠାରେ ଖାଦ୍ୟ, ପାନୀୟ ଓ ଅମ୍ଳଜାନ କିଛି ବି ନାହିଁ । ଥାନୋସ୍ ବିପକ୍ଷରେ ଆଇରନ୍ ମ୍ୟାନ୍, କେପ୍ଟେନ୍ ଆମେରିକା, ଥର୍, ହá, ବ୍ଲେକ୍ ବିଡୋ, ଜେରେମୀ ରେନର, ଏଣ୍ଡ ମୋନ, କେପ୍ଟେନ୍ ମାର୍ବଲ ଏକାଥରକେ ଯୁଦ୍ଧର ଏଲାନ୍ କରିଦିଅନ୍ତି । ଏହାପରେ ଏଣ୍ଟମ୍ୟାନ୍ ଏହି ସୁପର ହିରୋମାନଙ୍କୁ କ୍ୱାଣ୍ଟମ୍ ଥିଓରମ୍ ଅନୁସାରେ ଥାନୋସ୍ଠାରୁ ଶୀଘ୍ର ମଣିକୁ ହାସଲ କରିବାର ଗୁମର କୁହନ୍ତି । ସୁପର ହିରୋମାନଙ୍କୁ ମଣି ମିଳିଗଲେ ସେମାନେ ଇନ୍ଫିନିଟି ୱାରର ସ୍ଥିତିକୁ ଆୟତ କରିବାରେ ସଫଳ ହୋଇ ପାରିବେ । ଆଉ ଏ ୱାରରେ ଯେଉଁମାନେ ତାଙ୍କ ପରିଜନଙ୍କୁ ହରାଇଛନ୍ତି ସେମାନେ ତାଙ୍କୁ ପୁଣି ଫେରି ପାଇପାରିବେ ।
ତେବେ ଫିଲ୍ମକୁ ମନଭରୀ ଉପଭୋଗ ଓ କାହାଣୀ ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନଙ୍କୁ ଯିବାକୁ ପଡ଼ିବ ପ୍ରେମକ୍ଷାଳୟ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମକୁ ୪.୫ ପଲଣ୍ଟର ରେଟିଂ ମିଳିଛି । ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଏନ୍ଥନୀ ରୁସୋ ଓ ଜାଁ ରୁସା । ରବର୍ଟ ଡାଉନୀ, କ୍ରିସ୍ ଇବାଂସ, ହେମ୍ସୱର୍ଥ, ମାର୍କ ସଫୋଲୋ, ସ୍କାରଲେଟ ଜୋହାନସନ, ଜେରେମୀ ରେନର, ପାଁଲ ରେଡ଼, ଜୋଶ ବ୍ରୋଲିନ ଆଦି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।